ପିଏମ-ଜନମନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତ ଓ ଗ୍ରାମ ଗୁଡିକରେ ପିଏମ-ଜନମନ ସଚେତନତା କରାଯାଉଅଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଆ ସଉରା ବସବାସ କରୁଥିବା ବାରୁସିଂ, ଜଙ୍ଗତାର, ତିବିଶିଂ, ତାଲିମ୍ବ,ଅଜୟ ଗଡ଼ ଇତ୍ୟାଦି ଗ୍ରାମରୁ ଵିଶେଷ ଭାବେ ବିଭିନ୍ନ ଜନଜାତି ସମୁଦାୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁଲମି ଶବର, ସ୍ଥାନୀୟ ସରପଞ୍ଚ , ଅଜୟ ଗଡ଼, ସମିତି ସଭ୍ୟା ଅଜୟ ଗଡ଼ ,ସମସ୍ତ ଗ୍ରାମର ୱାର୍ଡ ମେମ୍ବର ସମେତ ଅନ୍ତର୍ଯ୍ୟାମୀ କହଁର, ସ୍ଵତନ୍ତ୍ର ଅଧିକାରି, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ସେରଂଗୋ, ଆକାଶ କୁମାର ଦିଗାଲ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ସେରଂଗୋ, ଦିନେଶ କୁମାର ଦେଓ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ମନୋଜ କୁମାର ସାହୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ , ଗୁମ୍ମା ଙ୍କ ସମେତ ପଂଚାୟତ ରାଜ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ, ଗ୍ରାମ ଉନ୍ନୟନ, ପ୍ରାଣୀ ସମ୍ପଦ, ବିଦ୍ୟୁତ,ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ଯୋଜନାରେ ସମସ୍ତଙ୍କୁ ପକ୍କାଘର,ପ୍ରତ୍ୟେକ ଘରକୁ ପାଣି, ପ୍ରତି ଗାଁ କୁ ପକ୍କା ରାସ୍ତା, ପ୍ରତି ଘରକୁ ବିଜୁଳି, ସମସ୍ତଙ୍କୁ ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ପୋଷଣ,ଉନ୍ନତ ଟେଲିକମ ସେବା ଓ ବିଭିନ୍ନ ଯୋଜନା ତଥା ଉନ୍ନତ ଜୀଵନ ଧାରା, ଆୟୁଷ୍ମାନ ଭାରତ ପ୍ରଭୁତି ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ପୋଷଣ କରିଥିଲେ। ଉକ୍ତ ଶିବିରରେ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଜଙ୍ଗଲ ଜମି ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ଆୟକର ପ୍ରମାଣ ପତ୍ର ଓ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ଜନ୍ମଗତ ପ୍ରମାଣପତ୍ର, ଭିନ୍ନକ୍ଷମ ଭତ୍ତା, ଜାତିଗତ ପ୍ରମାଣପତ୍ର,ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଗୋଷ୍ଠୀ ଜଙ୍ଗଲ ଜମି ଅଧିକାର, ବ୍ୟାଙ୍କ ପାସ ବୁକ,ବିଦ୍ୟୁତ ସଂଯୋଗୀ କରଣ , ଆଧାର କାର୍ଡ ପଞ୍ଜିକରଣ,ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଆଦି ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗରେ ଅନ୍ତର୍ଭୁକ୍ତ କରିବା ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ