ରତିଭାଦୀପ୍ତା କଣ୍ଠଶିଳ୍ପୀ ଲିଟିଲ କର ଙ୍କ ବିୟୋଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ର ଯୁବ, ଉଜ୍ବଳ ପ୍ରତିଭାଦୀପ୍ତା କଣ୍ଠଶିଳ୍ପୀ ତଥା ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଧେଶକ ଚନ୍ଦ୍ରଭାନୁ କର ଙ୍କ ଏକ ମାତ୍ର ସୁଯୋଗ୍ୟା ସନ୍ତାନ ଲିଟିଲ କର ଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଗଭିର ଶୋକ ବ୍ୟକ୍ତ କରିବା ସହିତ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଉତ୍କଳ ର ଜଣେ ଯୁବ ଉଜ୍ବଳ କଣ୍ଠଶିଳ୍ପୀ, ଭଜନଗାୟିକା, ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାୟନ ର ଜଣେ ସମର୍ପିତା, ପ୍ରତିଭାବାନ କଳାକାର ଙ୍କୁ ଓଡିଶା ହରାଇଲା. ଦୀର୍ଘଦିନ ଧରି ଥାଲାସେମିଆ ଓ ରକ୍ତକର୍କଟ ରୋଗ ରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାଧୀନ ହେଉଥିଲେ.ମାତ୍ର ୨୨ ବର୍ଷ ବୟସ ରେ ସଂଗୀତ ଜଗତର ଏହି ଧ୍ରୁବତାରା ସମସ୍ତ ଙ୍କୁ ଶୋକ ସାଗର ରେ ଭସାଇ ଇହଲୀଳା ସମ୍ବରଣ କଲେ. ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର, ସମ୍ମାନ ପାଇବା ସହିତ ସମସ୍ତ ଯୁବ କଣ୍ଠ ଶିଳ୍ପୀ ଙ୍କ ଆଦର୍ଶ ରୂପେ ଚିର ସ୍ମରଣୀୟ ରହିବେ ବୋଲି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶୋକ ବାର୍ତ୍ତା ରେ ମତ ବ୍ୟକ୍ତ କରାଯାଇଥିଲା.ଶେଷ ସମୟରେ ପିତା ଚନ୍ଦ୍ରଭାନୁ କର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ସଂଯୋଜକ ନାରାୟଣ ଓଝା ଙ୍କ ସମେତ ବହୁ ସଂଗୀତଜ୍ଞ, ସମାଜସେବୀ, ଶୁଭେଛୁ, ପୂଜ୍ୟପୂଜା ପ୍ରାଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇ ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ