ସୁପର କ୍ଲେ ରେ ଗଢ଼ିଲେ ଗୁରୁ ଭକ୍ତିର ଅନନ୍ୟ କାହାଣୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ନିଆରା ଢ଼ଙ୍ଗରେ ଗୁରୁଦିବସ ପାଳନ କରି ସ୍ଥାନୀୟ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛନ୍ତି । ଭକ୍ତିପୂତ ଶ୍ରଦ୍ଧା ଓ ସମ୍ମାନର ସହ ପ୍ରାଚୀନ ଗୁରୁକୁଳର ଗୁରୁ-ଶିଷ୍ୟ ପରମ୍ପରାର ମହାନ୍ ଗାଥାକୁ ସୁପର କ୍ଲେ ମାଧ୍ୟମରେ ଗୁରୁଭକ୍ତିର ଅନନ୍ୟ କାହାଣୀ ବୀର ଏକଲବ୍ୟ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପ୍ରତିମା ଗଢ଼ି ମନେ ପକାଇବା ସହ ଗୁରୁପୂଜନ କରିଛନ୍ତି । ଯୁଗେ ଯୁଗେ ଗୁରୁ ଚିରବନ୍ଦନୀୟ । ତାଙ୍କ ଆଶୀର୍ବାଦରୁ ଛାତ୍ର ଆଗକୁ ଅଗ୍ରସର ହୋଇଥାଏ ଓ ଭଲ ମଣିଷଟିଏ ହୋଇ ପାରିଥାଏ ବୋଲି ଶାନ୍ତନୁ ଏହି ପରିପ୍ରେକ୍ଷୀରେ କହିଛନ୍ତି । ସେ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।