ଗୁରୁ ଦିବସରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣ ପୁର ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କେରାଣ୍ଡିମାଳ ପର୍ବତରେ ଅବସ୍ଥିତ ମା ଡ଼ାଲଖାଇ ମନ୍ଦିର ନିକଟରେ ଗୁରୁ ଦିବସ ଅବସରରେ ” ଗୁରୁଙ୍କ ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସଭାପତି କାହ୍ନୁ ଚରଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଏଥିରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ପଲ୍ଲବୀ କୁମାରୀ ସ୍ୱାଇ ଓ କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଉପକାରିତା ଉପରେ ସଚେତନ କରାଇବା ସହିତ ସମସ୍ତେ ନିଜ ଜନ୍ମ ଦିନରେ ଗୋଟିଏ ଗଛ ଲଗାଇବା ପାଇଁ ଉପଦେଶ ଦେବା ସହିତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପଚାଶ ଗୋଟି ବଟ ଓ ଉସ୍ତ ଗଛ ରୋପଣ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ଏଇ ଅନୁରାଗ ରଥ କନିଷ୍ଟ ଯନ୍ତ୍ରୀ ଇନ୍ଦିରା ମହାକୁଡ଼ ଅବସର ପ୍ରାପ୍ତ ଶେରଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପରିଡ଼ା ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ଦଳେଇ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବାଳକୃଷ୍ଣ ପୁର ଗ୍ରାମର ରାମଚନ୍ଦ୍ର ଗୌଡ଼, ପଦ୍ମ ଲୋଚନ ଗୌଡ଼, ସୁନିଲ ଗୌଡ଼, ପ୍ରଫୁଲ୍ଲ ସାହୁ, ଅନନ୍ତ ରାମ ସାହୁ, ଗୋପାଳ ଗୌଡ଼ ମଙ୍ଗରାଜ ସାହୁ ଓ ସୁରେଶ ଚନ୍ଦ୍ର ତ୍ରିପାଠୀ ସହଯୋଗ କରିଥିଲେ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ