ଡାକ୍ତର ନିଯୁକ୍ତି ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡରେ ଥିବା ଉପଖଣ୍ଡ ଚିକିତ୍ସାଳୟ , ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଖାଲିପଡିଥିବା ଡାକ୍ତର ପଦବୀ ପୁରଣ ନେଇ ଆଜି ବିଧାନସଭାରେ ପ୍ରଶ୍ନ କରିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ । ବିଶେଷକରି ଉପଖଣ୍ଡ ଚିକିତ୍ସାଳୟ ସମେତ ଅନ୍ୟ ଡାକ୍ତରଖାନା ଗୁଡିକରେ କେତେ ବିଶେଷଜ୍ଞ ପଦବୀ ଖାଲି ପଡିଛି ଓ ତାହା ପୁରଣକରିବାକୁ ସରକାର ପଦକ୍ଷେପ ନେଉଛନ୍ତି କି ବୋଲି ବିଧାୟକ ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ସ୍ଵାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଉପଖଣ୍ଡ ଡାକ୍ତରଖାନାରେ ୧୮ ଜଣ ଡ଼ାକ୍ତର କାର୍ଯ୍ୟରତ ଅଛନ୍ତି । ସେଥିମଧ୍ୟରୁ ମଞ୍ଜୁରୀ ପ୍ରାପ୍ତ ବିଶେଷଜ୍ଞ ପଦବୀରେ ୧୦ ଜଣ ଓ ବିଶେଷଜ୍ଞ ଡାକ୍ତର ଭାବେ ୮ଜଣ କାର୍ଯ୍ୟରତ ଅଛନ୍ତି । ଏତତ ବ୍ୟତିତ ଡିଏମଏଫ ଅନୁଦାନରେ ସ୍ନାୟୁରୋଗ ବିଶେଷଜ୍ଞ , ହୃଦରୋଗ ବିଶେଷଜ୍ଞ , ପେଟରୋଗ ଓ ଫୁସଫୁସ ରୋଗ ବିଶେଷଜ୍ଞ ଭଳି ଡାକ୍ତରମାନଙ୍କୁ ସାପ୍ତାହିକ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି । ସେହିପରି ଖାଲିପଡ଼ିଥିବା ଡ଼ାକ୍ତରୀ ପଦବୀ ଗୁଡ଼ିକୁ ଓଡିଶା ପବ୍ଲିକ ସର୍ଭିସ କମିସନ ଦ୍ୱାରା ଚ଼ୟନ କରାଯାଇ ଖାଲି ପଡିଥିବା ପଦବୀ ପୁରଣର ଯଥା ସମ୍ଭବ ପୁରଣ କରାଯିବ ବୋଲି କହିଛନ୍ତିି । ସେହିପରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଉପରେ ୪ଟି ଜିଲ୍ଲାର ରୋଗୀମାନେ ସ୍ଵାସ୍ଥ୍ୟସେବା ପାଉଥିବାରୁ ମଲଟି ସ୍ପେସିଆଲିଟ ହସପିଟାଲ କରିବା ଦିଗରେ ପଦକ୍ଷେପ ନେଉଛନ୍ତି କି ବୋଲି କୁ ଅନ୍ୟ ଏକ ଅଣ ତାରକା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କରିଛନ୍ତି ଯେ ଉକ୍ତ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ପଦବୀ ପୁରଣ ପାଇଁ ପଦକ୍ଷେପ ନିଆଯିବ କିନ୍ତୁ ମଲଟି ସ୍ପେସିଆଲିଟ ହସପିଟାଲ କରାଯିବାର କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ