ସୁଭଦ୍ରା ଯୋଜନା ଫର୍ମ ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଡ

ହାଟଡିହି, (ବିକାଶ ବିଶ୍ୱାଳ):ସୁଭଦ୍ରା ଯୋଜନା ଫର୍ମ ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଆଜି ପବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରତି ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନର ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଦିନ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ଅଳ୍ପକିଛି କିଛି ଫର୍ମ ଦିଆଯାଇ ଥିବାରୁ ସବୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫର୍ମ ନପାଇ ଶହଶହ ସଂଖ୍ୟାରେ ଲୋକମାନେ ବୁଧବାର ବ୍ଲକ କାର୍ଯ୍ୟାଳୟକୁ ଫର୍ମ ପାଇଁ ଦୌଡିଥିଲେ । ଯାହାଦ୍ୱାରା ସିଡିପିଓଙ୍କ କାର୍ଯ୍ୟାଳୟରେ ପ୍ରବଳ ଗହଳି ଲାଗିଥିଲା । ହାଟଡିହି ବ୍ଳକରେ ମୋଟ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ସୋମବାର ସୁଧା ବ୍ଲକକୁ ଆସିଥିବା ୧୦ହଜାର ଫର୍ମକୁ ଭାଗବଣ୍ଟା କରି ପ୍ରତି କେନ୍ଦ୍ରକୁ କିଛି କିଛି ଫର୍ମ ଯୋଗାଣ କରାଯାଇଥିଲା । ପ୍ରତି ସେଣ୍ଟର ପିଛା ୫୦ ରୁ ୧୦୦ଟି ଲେଖାଏଁ ଫର୍ମ ଦିଆଯାଇ ଥିବାରୁ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏପରିକି କିଛି ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ବଣ୍ଟନ କରି ନଥିଲେ। ଅନେକ ସ୍ଥାନରେ ତିନିରୁ ୪ଶହ ମହିଳା ଥିବାସ୍ଥଳେ ୫୦ଟି ପର୍ମ କାହାକୁ ଦେବେ ସେଥିଲାଗି ବଣ୍ଟନ କରିନଥିଲେ । ଗତକାଲି ଆଉ ୫୦ହଜାର ଫର୍ମ ଆସିବାପରେ କାଲି ଠାରୁ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଏହାର ବଣ୍ଟନ ଆରମ୍ଭ କରାଯାଇଛି। ବ୍ଳକରେ ମୋଟ ୮୦ହଜାର ପାଖାପାଖି ମହିଳା ଥିବାବେଳେ ୬୦ହଜାର ଫର୍ମ ଆସିଥିବା ସିଡିପିଓଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି । ଆହୁରି ଫର୍ମର ଅଭାବ ପଡିବ ବୋଲି କର୍ତୁପକ୍ଷ କହିଛନ୍ତି । ଅନ୍ୟ ପକ୍ଷରେ ଏହାର ଆବେଦନ ପାଇଁ ବ୍ଳକର ନିର୍ଦ୍ଦିଷ୍ଟ ୧୨୫ଟି ଜନସେବା କେନ୍ଦ୍ରକୁ ଚ଼ୟନ କରାଯାଇ ଥିବାରୁ ବ୍ଳକ ଅଞ୍ଚଳରେ ଥିବା ଅନ୍ୟ ଜନସେବା , ମୋ ସେବା କେନ୍ଦ୍ରର କର୍ମକର୍ତ୍ତା ମାନେ ବ୍ଲକରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ସବୁ କେନ୍ଦ୍ରକୁ ଏହି କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଏଠାରେ ସୁଚ଼ନାଯୋଗ୍ୟ ଯେ ୪ ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ଫର୍ମ ଯୋଗାଣ ସହ ଆବେଦନ କରିବାକୁ ସରକାର ଘୋଷଣା କରିବା ପରେ ଏବେ ଗାଁ ଠାରୁ ସହର ସବୁ ସ୍ଥାନରେ ଏହି ଯୋଜନା ରେ ସାମିଲ ହେବାପାଇଁ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ