ଚେକଡ୍ୟାମ କୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅଧିନସ୍ଥ ଡେଙ୍ଗାଚୁଆ ଚେକ୍ ଡ୍ୟାମକୁ ନେଇ କଳିଆମ୍ବ ଓ ଡଙ୍ଗାଚୁଆ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହା କାଳିଆମ୍ବ ମୌଜାରେ ଥିବା ଦର୍ଶାଇ କାଳିଆମ୍ବ ଗ୍ରାମବାସୀ ଉକ୍ତ ଡ୍ୟାମଜଳ ଦ୍ୱାରା ଧାନଚାଷ କରିବା ସହ ଡ୍ୟାମରେ ମାଛ ଛାଡିବା ଏବଂ ସେଥିରୁ ମାଛ ଧରି ବିକ୍ରୀବଟା କରି ସେଥିରୁ ଆୟ ହେଉଥିବା ଅର୍ଥରାଶି ଦ୍ୱାରା ଗାଁର ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ କରନ୍ତି । କିନ୍ତୁ ପଡୋଶୀ ଡଙ୍ଗାଚୁଆ ଗ୍ରାମର କିଛି ଲୋକ ଏହି ଚେକ ଡ୍ୟାମକୁ ନେଇ ବିଭିନ୍ନ ସମୟରେ ବିଶୃଙ୍ଖଳା ପରିସ୍ଥିତି ଘଟାଉଥିବା କାଳିଆମ୍ବ ଗ୍ରାମର ଗ୍ରାମବାସମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର ଓ ସୋସୋ ଥାନାକୁ ଜଣାଇ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଚେକଡ୍ୟାମଟି କାଳିଆମ୍ବ ସୀମାର ରେକର୍ଡଭୁକ୍ତ ସ୍ଥାନରେ ନିର୍ମାଣ କରା ଯାଇଛି। କିନ୍ତୁ ଡ୍ୟାମଟି ଡଙ୍ଗାଚୁଆ ଗ୍ରାମର ରେକର୍ଡଭୁକ୍ତ ସୀମାରେ ନଥିବା ବେଳେ ଡ୍ୟାମ୍ ନିର୍ମାଣ ପରେ ପରେ ଜଳସମ୍ପଦ ବିଭାଗ ଡ଼ଙ୍ଗାଚୁଆ ଡ୍ୟାମ୍ ଲେଖିଦେବାରୁ ଏବେ ଡଙ୍ଗାଚୁଆ ବାସୀ ବଳପୂର୍ବକ ତଥା ଜୋର ଜବରଦସ୍ତ ଡ୍ୟାମଟି ତାଙ୍କର କହି କାଳିଆମ୍ବ ଗ୍ରାମବାସୀଙ୍କ ସହ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଥିବା ନେଇ କାଳିଆମ୍ବ ଗ୍ରାମବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଯାହାଦ୍ବାରା ଦୁଇ ଗ୍ରାମ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଇଛି। ଏଣୁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ବିବାଦର ସମାଧାନ କରି ଉଭୟ ଗ୍ରାମ ବାସୀଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ କଳ୍ପତରୁ ଖଣ୍ଡେଇ, ଭ୍ରମର ନାଇକ, ଦୁଃଖା କଲପାଳିଆ, ସାଲଖାନ ଟୁଡୁ, ଶ୍ୟାମ ମାଝୀ, ଚରଣ ନାଇକ, ଅଜୟ ନାଇକ, ପାଣ୍ଡଵ ନାଇକ, ଅମିନ ସେନାପତି, ସୁନାରାମ ଟୁଡୁ, ବିକ୍ରମ ଟୁଡୁ, ନିରଞ୍ଜନ କଶିମାଳ, ସୁବର୍ଣ୍ଣ ଦଣ୍ଡପାଟ, ବାଙ୍କୁ ଦଣ୍ଡପାଟ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ