ସେଣ୍ଟ, ଜାଭିୟର୍ସ ହାଇସ୍କୁଲରେ “ଗୁରୁଦିବସ” ପାଳନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ “ଗୁରୁଦିବସ” ମହାସମାରୋହରେ ପାଳନ କରାଯାଇଅଛି । ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଉଦୟନାଥ କରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ରଶେଖର ବାରିକ୍‌ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲକ ବିହାରୀ ସାହୁ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ ମଜୁମଦାର ପ୍ରମୁଖ ଯୋଗଦେଇ ଗୁରୁଶିଷ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ଓ ଶିକ୍ଷାର ବହୁ ଆଦର୍ଶଗତ ନୀତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ପହୀଙ୍କୁ ଗୁରୁବନ୍ଦନା ସହ ଉପହାର ଦେଇ ସମ୍ମାନିତ କରାଯାଇଥିଲା ବିଦ୍ୟାଳୟର ଉପାଧ୍ୟକ୍ଷ, ବରିଷ୍ଠ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସେମାନଙ୍କ ଭାଷଣ ମାଧ୍ୟମରେ ଶୃଙ୍ଖଳିତ ଛାତ୍ରଜୀବନ ଓ ଦେଶ ଗଠନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉପରେ ମାର୍ଗ ଦର୍ଶନ କରିଥିଲେ। ଶୁଭଶ୍ରୀ ପଣ୍ଡା, ତନୁଶ୍ରୀ ତନୟା ପହି, କାବେରୀ ନାୟକ, ଇତିଶ୍ରୀ ପଣ୍ଡା, ରାଜଶ୍ରୀ ସୁଆର, ଭାଗ୍ୟଶ୍ରୀ ସାହୁ, ପ୍ରୀତିନନ୍ଦା ମଲ୍ଲିକ, ରଶ୍ମିପ୍ରଭା ଖଟୁଆ, ପୂଜା ରଣା, ଉର୍ମି ମହାନ୍ତି, ବିଷ୍ଣୁପ୍ରିୟା ଦାଶ, ରାଜେଶ ବେହେରା, ବିଜୟ କୁମାର ପହି, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ୍, ସଂଗ୍ରାମ କେଶରୀ ପଟ୍ଟନାୟକ, ଦେବାଶିଷ ରାଉତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ