ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ସଂଘଗୃହରେ ଗୁରୁଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁଦିବସ ଉପଲକ୍ଷେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘଗୃହରେ ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ବିଧିବଦ୍ଧ ଭାବରେ ପାଳନ କରାଯାଇଛି । ଗୁରୁବନ୍ଦନା ପରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ବରିଷ୍ଠ ସଦସ୍ୟ ଶ୍ରୀ ଦେବେନ୍ଦ୍ରନାଥ ଚୌଧୁରୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଣ୍ଡିତ ସଞ୍ଜୟ ପଣ୍ଡା, ଶତ୍ରୁଘ୍ନ ପଣ୍ଡା, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ରୀତା ରାୟ, ମୀନା ସେଠୀ, ସୁରେନ୍ଦ୍ର ପ୍ରସାଦ ଧଳ, ପୂର୍ବତନ ସମ୍ପାଦକ ବସନ୍ତ ନାୟକ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ଦ୍ୱିତୀୟ ରାଷ୍ଟ୍ରପତିଙ୍କ ଶିକ୍ଷାଦର୍ଶନ ଓ ଗୁରୁଦିବସ ପାଳନର ଯଥାର୍ଥତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଗୁରୁଦିବସକୁ ବିଶ୍ୱଗୁରୁ ଦିବସ ଭାବରେ ପାଳନ କରିବା ଦ୍ୱାରା ଭାରତ ବିଶ୍ୱରେ ସମ୍ମାନଜନକ ସ୍ଥାନ ହାସଲ କରିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭବେଶ ଚନ୍ଦ୍ର ପଣ୍ଡା, ସ୍ୱଦେଶ ରଞ୍ଜନ ମହାପାତ୍ର, ଭାଗୀରଥୀ ମହାନ୍ତି, କ୍ଷେତ୍ରମୋହନ ନାୟକ, ଇଂ. ରାମଚନ୍ଦ୍ର ସେଠୀ, କେଶବ ଚନ୍ଦ୍ର ମହାନ୍ତି, ରବି ନାରାୟଣ ବେହେରା, ଚିତ୍ତରଞ୍ଜନ ଜେନା, ଅଜୟ ନାୟକ, ଜ୍ୟୋତ୍ସ୍ନା ରାୟ, ଶଶାଙ୍କ ଶେଖର ଦତ୍ତ, ରେଣୁବାଳା ଦାସ, ଧରଣୀଧର ପତି, ଅନ୍ୟତମ ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, ଲମ୍ବୋଦର ଗିରି, ଇଂ. ହୃଷିକେଶ ସାହୁ, ଏଡଭୋକେଟ୍ ନିରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ବୀରେନ୍ଦ୍ର କୁମାର ମହାନ୍ତ ଶେଷକଥା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ