ବାଲିପଦର ରାସ୍ତା ପାର୍ଶ୍ଵରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା):ପବିତ୍ର ଗୁରୁ ଦିବସ ଅବସରରେ ସେପ୍ଟେମ୍ବର ୫ ତାରିଖ ଦିନ ବାଲିପଦର ମହୋତ୍ସବ କମିଟି ଓ ବଣିକ ସଂଘ ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ବାଲିପଦର -ଆସ୍କା ରାଜ୍ୟ ରାଜପଥର ବାଲିପଦର ଠାରୁ ଚନ୍ଦନପେଢି ରାସ୍ତା ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵରେ ପ୍ରାୟ ୩୦୦ ଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାଲିପଦରର ବଳରାମ ଫିଲିଙ୍ଗ ଷ୍ଟେସନ, ଲକ୍ଷ୍ମୀଜ୍ୟୋତି ଫିଲିଙ୍ଗ ଷ୍ଟେସନ, ବାଲିପଦର ମହୋତ୍ସବ କମିଟି, ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଣିକ ସଂଘ, ଘୁମୁସରର ସ୍ୱର, ଫ୍ରେଣ୍ଡସ କ୍ଳବ ଓ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବାଲିପଦର ବନପାଳ ସୁକାନ୍ତ ସୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଇଂ. ବିପ୍ର ଚରଣ ପାତ୍ର ଓ ସମସ୍ତ ସଦସ୍ଯ, “ଘୁମୁସର ର ସ୍ବର” ସଭାପତି ଡକ୍ଟର ବି .ପ୍ରକାଶ ଚନ୍ଦ୍ର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିିଡା, ଜି. ମନୋଜ କୁମାର ପାତ୍ର, ପୁର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ରାଜେନ୍ଦ୍ର ମହାରଣା, ବାଞ୍ଛା ନିଧି ସାହୁ, ନାରାୟଣ ସାମନ୍ତରା, କାହ୍ନୁଚରଣ ବାଡତ୍ୟା, ଅଶୋକ କୁମାର ନାୟକ, ପୁରୁଷୋତ୍ତମ ନାଥ, ଶଙ୍କର ସେଠୀ, ରବିନ୍ଦ୍ର ନାୟକ , ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବୃନ୍ଦାବନ ମହାନ୍ତିଙ୍କ ସମେତ ଅଧ୍ଯକ୍ଷ, ଅଧ୍ୟାପିକା ଓ ଛାତ୍ରୀ ବୃନ୍ଦ, ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷୟତ୍ରୀ ଓ ଛାତ୍ର-ଛାତ୍ରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ