ସନ୍ଦେହଜନକ ମୃତ୍ୟୁ, କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି-ଆଙ୍କୁଡୁ ଗ୍ରାମ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ଉପରେ ଥିବା ଏକ କେନାଲରୁ ଭାସମାନ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ଗୁରୁବାର ଦିନ କିଛି ପଥଚାରୀ ଜଣେ ଯୁବକଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖିବାକୁ ପାଇ ତୁରନ୍ତ ଗୁରାଣ୍ଡି ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା I ହେଲେ ସମ୍ପୃକ୍ତ ଯୁବକଙ୍କ ମୃତଦେହ କେନାଲ ଭିତରକୁ ଆସିଲା କେମିତି ଏନେଇ ଅଞ୍ଚଳବାସୀ ଓ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି. ମୃତଦେହ ଉଦ୍ଧାର ପରେ ପରିଚୟ ଜଣାପଡ଼ିଥ୍ଲା I ମୃତଯୁବକ ହେଲେ ଟି. ଶ୍ୟାମ ସୁନ୍ଦର ରାଓ (୨୮) ଏବଂ ତାଙ୍କ ଗ୍ରାମ ଆଙ୍କୁଡୁ ଗ୍ରାମ ନିକଟସ୍ଥ ବୀରନାରାୟଣପୁର ବୋଲି ଜଣାପଡିଥିଲା I ମୃତଦେହ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା | ସୂଚନା ମୁତାବକ ମୃତ ଯୁବକ ଶ୍ୟାମସୁନ୍ଦର ଆନ୍ଧ୍ରପ୍ରଦେଶ ଏଲୁରୁରେ ପ୍ରୋକଲିନ୍ ଚାଳକ ଭାବେ କାମ କରୁଥିଲେ। ସମ୍ପର୍କୀୟଙ୍କ ଏକ ଭୋଜିରେ ଯୋଗ ଦେବାକୁ ୧୦ ଦିନ ପୂର୍ବେ ସେ ନିଜ ଗ୍ରାମକୁ ଆସିଥିଲେ | ସେ ଗତକାଲି ଠାରୁ ନିଜ ଗ୍ରାମରେ ନ ଥିବାର ଜଣାପଡିଛି । ଏ ତାଙ୍କ ବାପା ଟି. ସୁରିନାରାୟଣା କହିଥିଲେ ଆନ୍ଧ୍ରରତେମ୍ବୁରୁନିକଟ ଗ୍ରାମରେ ରହୁଥିବା ତାଙ୍କ ଏକ ମାତ୍ର ଝିଅ ଘରକୁ ଶ୍ୟାମସୁନ୍ଦର ଚାଲିଯାଇଥୁବ ବୋଲି ଭାବିଥିଲେ। ହେଲେ କେନାଲରୁ ପୁତ୍ରର ମୃତଦେହ ଉଦ୍ଧାର ଘଟଣା ସନ୍ଦେହଜନକ ଘଟଣା ବୋଲି ମୃତ ଯୁବକଙ୍କ ପିତା କହିଛନ୍ତି. ଏ ସମ୍ପର୍କରେ ଗୁରାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ ଜାରିରହିଛି ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ଜଣାଇଛନ୍ତି।