ସୁପର କ୍ଲେ ରେ ସବୁଜ ଗଣେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୁପର କ୍ଲେ ରେ ସବୁଜ ଗଣେଶ । ଉଚ୍ଚତା ମାତ୍ର ଏକ ଇଞ୍ଚ । ତାହା ପୁଣି ଇକୋ-ଫ୍ରେଣ୍ଡଲି । ପ୍ରତିବର୍ଷ ଗଣେଶ ପୂଜାରେ ଭିନ୍ନ କଳାକୃତି ମାଧ୍ୟମରେ ନିଆରା ବାର୍ତ୍ତା ଦେଇଥାନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ୧୦ ବର୍ଷ ବୟସରେ ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରାକୁ ପାଥେୟ କରି ଏକ ଇଞ୍ଚ ବିଶିଷ୍ଟ ଗଣେଶ ମୂର୍ତ୍ତି ତିଆରି କରି ବିସ୍ମୟ ସୃଷ୍ଟି କରିଛନ୍ତି । ପରିବେଶକୁ କ୍ଷତି ନପହଞ୍ଚାଇବା ନିମନ୍ତେ ପରିବେଶ ଉପଯୋଗୀ ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ତିଆରି କରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଶାନ୍ତନୁ । ଏହି କ୍ଷୁଦ୍ରତମ ମୂର୍ତ୍ତି ବିରଳ ରେକର୍ଡ଼ ସୃଷ୍ଟି କରିବ ବୋଲି ଶାନ୍ତନୁ ଆଶା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ