ଓୟୁଡବ୍ଲ୍ୟୁଜେ ପକ୍ଷ୍ୟରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅର୍ଗାନାଇଜେସନ୍ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ (ଆଇଓୟୁଡବ୍ଲ୍ୟୁଜେ) ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଗଣ ମାଧ୍ୟମର ଭୂମିକା ଗୁରୁତ୍ୱପୁର୍ଣ ବୋଲି କହିଥିଲେ l ସାମ୍ବାଦିକ ସମାଜ ବ୍ୟବସ୍ଥାର ଜଗୁଆଳି ବୋଲି ଅଭିହିତ କରିଥିଲେ l ଏଣୁ ଗଣମାଧ୍ୟମ ଉପରେ ଲୋକଙ୍କର ଯେଉଁ ଆସ୍ଥା ଓ ବିଶ୍ୱାସ ରହିଛି, ତାହାକୁ ସାମ୍ବାଦିକମାନେ ବଜାୟ ରଖିବାକୁ ଅତିଥିମାନେ ଆହ୍ୱାନ କରିଥିଲେ l ଏଥିରେ ପୂର୍ବତନ ସାଂସଦ ତଥା କବି ଡ଼ ପ୍ରସନ୍ନ ପାଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଓୟୁଡବ୍ଲ୍ୟୁଜେର ସର୍ବଭାରତୀୟ ସଭାପତି ଡ଼ ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ l ସମ୍ମାନିତ ଅତିଥି ଭାବେ ରାଉରକେଲା ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟିଜର ପୂର୍ବତନ ସଭାପତି ସୁନୀଲ କାୟାଲ,ଜର୍ଣ୍ଣାଲିଜମ ବିଭାଗ ନିମନ୍ତିତ ଅଧ୍ୟାପକ ଡ଼. ଭି. ଆର. ରାଜୁ, ସମାଜ ସେବୀ ତଥା ସାହିତ୍ୟିକ ଶଙ୍କର ପରିଡା, ସମାଜସେବୀ ଡ଼ ଷ୍ଟେଲିନ ପରିଜା ବରିଷ୍ଠ ସାମ୍ବାଦିକ ବିଭୁତି କର, ସନତ ମିଶ୍ର, ନିର୍ମଳ ସାମଲ, ଅର୍ଜୁନ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଓୟୁଡବ୍ଲୁଜେର ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା ୟୁନିୟନର ବିବରଣୀ ଉପସ୍ଥାପନା ସହ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ l ଓୟୁଡବ୍ଲୁଜେର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ବକ୍ତବ୍ୟ ରଖିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏହି ଅବସରରେ ସୁପାରିଚିତା କଣ୍ଠ ଶିଳ୍ପୀ ସୁଶ୍ରୀ ବର୍ଣାଳୀ ହୋତା ‘ ସଂଗୀତ ପରିବେଷଣ କରିଥିଲେ l ଏହି ଅଧିବେଶନରେ ସାମ୍ବାଦିକତା, ସମାଜସେବା, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆଇଓୟୁଡବ୍ଲ୍ୟୁଜେର ସର୍ବଭାରତୀୟ ସଭାପତି ତଥା ‘ଉତ୍କଳ ମେଲ’ ଓଡିଆ ଓ ହିନ୍ଦୀ ସଂସ୍କରଣ ସମୂହର ସଂପାଦକ ଡ. ପୀତବାସ ମିଶ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସେ ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମର ଦାୟିତ୍ୱ, ସମସ୍ୟା, ସମ୍ପର୍କରେ ଆଲୋଚନା କରି ସମସ୍ତେ ଐକବଦ୍ଧ ଭାବେ ବାଦୀ ଉପସ୍ଥାପନା ପାଇଁ ଆହ୍ୱାନ କରିଥିଲେ l ସାମ୍ବାଦିକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଵା ସହ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଗଣମାଧ୍ୟମ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ