ସୁଲଣ ହାଇସ୍କୁଲରେ ବିଜ୍ଞାନଗାର ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗକଲେ ଗ୍ରାମବାସୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ହାଇସ୍କୁଲରେ ନବ ନିର୍ମିତ ବିଜ୍ଞାନଗାର ଗୃହ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଡିଏମଏଫ ରୁ ପାଖାପାଖି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି ଘର ପାଇଁ କୌଣସି ନାମ ଫଳକ କିମ୍ବା ସୁଚନା ଫଳକ ଲଗାଯାଇ ନ ଥିବାରୁ ବାସ୍ତବରେ ଏହା କେତେ ଟଙ୍କାରେ ନିର୍ମାଣ କରାଯାଉଛି ସେନେଇ ଗ୍ରାମବାସୀ କିମ୍ବା ସ୍କୁଲ ପରିଚାଳନା କମିଟି ଜାଣିପାରୁ ନଥିବା ଅଭିଯୋଗ ହୋଇଛି । ସେହିପରି ଏହି ଅନୁଦାନରେ ଦୁଇଟି ଭିନ୍ନ ଭିନ୍ନ ଗୃହ ନିର୍ମାଣ ହେବାକୁ ଥିବାବେଳେ ଠିକାଦାର ଗୋଟିଏ ସ୍ଥାନରେ ନିର୍ମାଣ କରିଛନ୍ତିି । ସେହିପରି ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଉପଯୁକ୍ତ ପରିମାଣର ସିମେଣ୍ଟ ଦିଆଯାଇନଥିବା ବେଳେ ଆବଶ୍ୟକ ମୁତାବକପାଣି ଦିଆଯାଇନାହିଁ ବିମ ଗୁଡିକ ଠିକ ଭାବେ ହୋଇନଥିବା ବେଳେ ରଡ଼ ସବୁ ବାହାରକୁ ଦେଖା ଯାଉଛି । ପିଲାରକୁ ଲଗାଇ ୫ଇଞ୍ଚିଆ କାନ୍ଥ ଯୋଡା ଯାଇ ଥିବାରୁ ତାହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ନିର୍ମାଣ କାମ ତଦାରଖ କରିବାକୁ କନିଷ୍ଠ ଯନ୍ତ୍ରୀ ଆସୁ ନଥିବାରୁ ଠିକାଦାର ମନଇଛା କାମ କରୁଛି ବୋଲି ଜଗବନ୍ଧୁ ମହାରଣା , ନାଏବ ସରପଞ୍ଚ କରୁଣାକର ଜେନା , ଗ୍ରାମ କମିଟି ସମ୍ପାଦକ ଅଭିମନ୍ୟୁ ଜେନା, ୱାର୍ଡସଭ୍ୟ ବ୍ରହ୍ମାନନ୍ଦ ରାଉତ , ଶଙ୍କର୍ଷଣ ଜେନା , କୈଳାଶ ଜେନା , ରବିନ୍ଦ୍ର ଜେନା , ଦେବେନ୍ଦ୍ର ଜେନା , ସନାତନ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ରବିନ୍ଦ୍ର କୁମାର ସୋରେନଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଷ୍ଟିମେଟ ଅନୁଯାଇ କାର୍ଯ୍ୟ ହେଉଛି । ମୁଁ ର୍ବି ଅନେକ ସମୟରେ ଯାଇ କାର୍ଯ୍ୟ ଦେଖୁଛି। ଏହି ଅନୁଦାନରେ ଖାଲି ଘର ନୁହଁ ପାଚେରୀ ଓ ପାଇଖାନା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ସ୍କୁଲ ଚାରିପଟେ ପାଚ଼େରୀ ଥିବାବେଳେ ପୁଣି କେଉଁଠି ପାଚେରୀ ନିର୍ମାଣ କରାଯିବ କି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ