ବାସହୀନ ଜାନକୀଙ୍କୁ ଅତିଶୀଘ୍ର ଆବାସ ଯୋଜନା ଘର ଯୋଗାଇ ଦିଆଯିବ, ବିଡିଓ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା ବାସହୀନ ହୋଇ ଖୋଲା ଆକାଶ ତଳେ ପଡି ରହିଥିବାବେଳେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନି । ଗରିବଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା କରିଛନ୍ତି I କୌଣସି ଲୋକ ଚାଳ ଛପର ଘରେ ରହିବେନି ,ସମସସ୍ତଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଥିବା ବେଳେ ଜାନକୀଙ୍କୁ ବାସଗୃହ ମିଳିପାରୁନି । ୩ ବର୍ଷ ହେଲା ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରୁଥିଲେ ବି କେହି ତାଙ୍କ ଦୁଖଃ ବୁଝୁନାହାନ୍ତି । ଖୋଲା ଆକାଶ ତଳେ ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଜାନକୀଙ୍କ ସମ୍ପର୍କରେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଜାନକୀଙ୍କ ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବା ପରେ ଆବାସ ଯୋଜନା ଘର ଯୋଗାଇ ଦେବା ଲାଗି ପଦକ୍ଷେପ ନେଉଛନ୍ତି ବୋଲି ଆଜି ଗଣମାଧ୍ୟମକୁ ସୁଚ଼ନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ବିଧବା ଜାନକୀ ରଣାଙ୍କ ସ୍ୱାମୀ କରୋନା ସମୟରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ୧୨ ବର୍ଷ ହେଲା ଘରକୁ ଫେରିନି l ଏପରିକି ବାପାଇ ମୃତ୍ୟୁ ପରେ ବି ଘରକୁ ନ ଆସିବାରୁ ଗାଁ ଲୋକ ମାନେ ତାଙ୍କର ଅନ୍ତିମ ସଂସ୍କାର ସହ ସମସ୍ତ କ୍ରୀୟାକର୍ମ କରିଥିଲେ । ତାଙ୍କ ଚାଳ ଘରଟି ଛପର କରି ନ ପାରିବାରୁ ଘରଟି ବର୍ଷା ପବନରେ ସମ୍ପୁର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇ ଯାଇଛି । ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବାରୁ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ