ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଅବହେଳା ପାଇଁ ବାଲେଶ୍ୱର ପ୍ରଶାସନର କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର, (ସରୋଜ ପଣ୍ଡା):ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବାଲିଆପାଳ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅଧିନସ୍ଥ ରେମୁ-୨ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଗୀତାଞ୍ଜଳି ସିଂ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆବେଦନ ଫର୍ମ ବଣ୍ଟନରେ ନିଜ ଦାୟିତ୍ୱରେ ଅବହେଳା କରିଥିବା ଅବିଯୋଗ ହୋଇଥିଲା । ଏହି ଅବହେଳାର ପରିଣାମ ସ୍ୱରୂପ ଶ୍ରୀମତୀ ସିଂଙ୍କର ଏକ ମାସର ଦରମା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଯୋଗାଇବାର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଏବଂ ଆବେଦନ ଫର୍ମ ବଣ୍ଟନରେ କୌଣସି ତ୍ରୁଟିକୁ ରୋକିବା ଏହି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେ ନିଆଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ