ଆଧାର-ମୋବାଇଲ ସଂଯୋଗ ନଥିଲେ ବି ହେବ ‘ସୁଭଦ୍ରା’ ପଞ୍ଜିକରଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସୁଭଦ୍ରା ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ ନ ପଡ଼ନ୍ତି ସେଥିପ୍ରତି ରାଜ୍ୟ ସରକାର ସଜାଗ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇ ନଥିଲେ ବି ବାୟୋମେଟ୍ରିକ ପଦ୍ଧତ୍ତିରେ ଆଧାର ପ୍ରମାଣୀକରଣ କରାଯାଇ ପାରିବ । ମୋବାଇଲ ନମ୍ବର ସହିତ ଲିଙ୍କ ହୋଇନଥିଲେ ମଧ୍ୟ ନିଜର ଫିଙ୍ଗରପ୍ରିଣ୍ଟ ଦେଇ ‘ସୁଭଦ୍ରା’ ଫର୍ମ ଦାଖଲ କରାଯାଇପାରିବ । ତେଣୁ ବିନା ମୋବାଇଲ ନମ୍ବର ସଂଯୋଗରେ ମଧ୍ୟ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନପତ୍ର ପୂରଣ ଓ ପଞ୍ଜିକରଣ କରାଯାଇ ପାରିବ । ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ଗହଳି ନକରି ବିନା ଫୋନ ନମ୍ବର ଲିଙ୍କରେ ବି ଫର୍ମ ପୁରଣ କରାଯାଇ ଦାଖଲ କରାଯାଇପାରିବ । ପଞ୍ଜିକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇ ନଥିବାରୁ ଆବେଦନକାରୀମାନେ ବିବ୍ରତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଡେପୁଟୀ କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ କୁଇନ୍ ଜେନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ