ବିରାଜିଲେ ବିଘ୍ନ ବିନାଶନ, ଆଧ୍ୟାତ୍ମିକ ମହୋଲରେ ଭକ୍ତଙ୍କ କୃପାଭିକ୍ଷା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ବିରାଜିତ ହୋଇଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ। କୋଟି କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୂଜିତ ହୋଇଛନ୍ତି ବିଘ୍ନ ବିନାଶନ। ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବିଘ୍ନ ବିନାଶନ ଗଜାନନଙ୍କ ପୂଜାତ୍ସୋବ ମହା ଆଡମ୍ବର ଓ ଉତ୍ସାହର ସହ ପାଳିତ ହୋଇଛି । ସହରର ନିୟନ୍ତ୍ରିତ ବଜାର କମିଟି,ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଧରିତ୍ରୀ ପବ୍ଳିକ ସ୍କୁଲ, ଓଁ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ, ବୁରୁପଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ବିଦ୍ୟାପୀଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ପୋଚିଲିମା ସ୍ଥିତ ସରକାରୀ ଶିଳ୍ନ ତାଲିମ ଅନୁଷ୍ଠାନ, ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେଶବ ମାଧବ ସରସ୍ୱତୀ ଶିଶୁ ମନ୍ଦିର ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସାହି ବସ୍ତିରେ ସ୍ୱେଛାସେବୀ ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଛି । ସହରର ଅନ୍ୟତମ ପୁରାତନ ଘୋଡ଼ାହାଡ଼ ପାହାଡ଼ ଏବଂ ସୋମପୁର ଘୋଡ଼େଇଶୁଣୀ ପୀଠରେ କେଉଁ ଆବାହମାନ କାଳରୁ ଅଧିଷ୍ଠିତ ଥିବା ଗଣେଷ ମନ୍ଦିରରେ ପ୍ରାତଃହରୁ ଦିନତମାମ ଭକ୍ତ,ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିଲା । ଚଳିତ ବର୍ଷ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଛୋଟବଡ଼ ପ୍ରାୟ ୧୯୨ଟି ବିନାୟକ ମହାପ୍ରଭୂଙ୍କ ମୃଣୟ ମୂର୍ତ୍ତି ପୂଜାର୍ଚ୍ଚନା ହୋଇଛି। ବିନାୟକ ଚତୁର୍ଥୀକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟ ନେଇ ସହରର ରାଜାସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ନାଟକ ପରିବେଷଣ କରାଯାଇଥିଲା । ଗଜାନନଙ୍କ ପୂଜାତ୍ସୋବ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ପୂଜା ମଣ୍ଡପ ଓ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ବାନା ଓ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ହିଞ୍ଜିଳି ଥାନା ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପୋଲିସ ମୁତୟନ କରାଯାଇଛି।ପ୍ରତିକୂଳ ପାଗ ସତ୍ତ୍ୱେ ପୂଜା ମଣ୍ଡପ ସ୍ଥଳରେ ଭକ୍ତ , ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବିଦ୍ୟାଦାତାଙ୍କୁ ସ୍ମରଣ କରି ଛାତ୍ର ଛାତ୍ରୀ ଆଶିଷ ଭିକ୍ଷା କରିଥିବା ବେଳେ ଲଗାଣ ବର୍ଷା ଜନିତ ପ୍ରତିକୂଳ ପ୍ରଭାବରେ ଉତ୍ସବ ଫିକା ପଡ଼ିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ