ଓଡିଶା ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା “ବସନ୍ତ ବିଶ୍ୱାଳ ପୁରସ୍କାର” ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ପୂର୍ବତନ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ‘ବସନ୍ତ ଦିବସ’ ରୂପେ ରାଜ୍ୟ କାର୍ଯ୍ୟାଳୟ ତରଫରୁ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସେହି ମହାନ ବ୍ୟକ୍ତିତ୍ୱର ସ୍ମୃତ୍ୟାର୍ଥେ ବିଭିନ୍ନ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩୪ ଜଣଙ୍କୁ ଜିଲ୍ଲା ଏବଂ ରାଜ୍ୟସ୍ତରରେ ସ୍କାଉଟିଂର ଉନ୍ନତି ଲାଗି ‘ବସନ୍ତ ବିଶ୍ୱାଳ ପୁରସ୍କାର’ ମାନ୍ୟବର ମହିଳା କମିଶନର ଅଧ୍ୟକ୍ଷା ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପସଭାପତି ଡଃ. (ଶ୍ରୀମତୀ) ମିନତୀ ବେହେରା, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉପସ୍ଥିତ ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନମାନେ ସ୍ୱର୍ଗତ ବିଶ୍ୱାଳଙ୍କର ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ ବେଳେ ଡଃ. ବେହେରା ସ୍ୱର୍ଗତ ବିଶ୍ୱାଳଙ୍କର ଓଡିଶା ଲାଗି ଅବଦାନ ଅମଳିନ ଅବିସ୍ମରଣୀୟ ବୋଲି କହିଥିଲେ । ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଏବଂ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସଭା ପରିଚାଳନା କରିଥିଲେ । ଚଳିତ ବର୍ଷ “ବସନ୍ତ ବିଶ୍ୱାଳ ପୁରସ୍କାର” ପାଇଥିବା ସମସ୍ତଙ୍କୁ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ