ଜାୱା ୟେଜଦୀ ମୋଟରସାଇକଲସ ପକ୍ଷରୁ ଜାୱା ୪୨ ଏଫଜେ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାୱା ଜେୟଦୀ ମୋଟରସାଇକଲସ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ୩୫୦ ଜାୱା ୪୨ ଏଫଜେକୁ ଉନ୍ମୋଚନ କରାଯାଇଛି । ଜାୱାର ୪୨ ଓ ୪୨ ବବରର ସଫଳତା ଆଧାରରେ ଗଠନ କରାଯାଇଥିବା ୩୫୦ ଜାୱା ୪୨ ଏଫଜେ ‘୪୨ ଲାଇଫ’ରେ ନୂତନ ଅଧ୍ୟାୟ ଯୋଡ଼ିଛି ଯାହା ହେଉଛି ଉତ୍କୃଷ୍ଟ ଡିଜାଇନ ଓ ଅତୁଳନୀୟ ଗାଡ଼ି ଚାଳନା ଅନୁଭୂତିକୁ ପ୍ରଦାନ କରୁଛି ।ଜାୱାର ପ୍ରତିଷ୍ଠାତା ଫ୍ରାଂଟିସେକ ଜାନେକେକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ମୋଟରସାଇକଲର ନାମକରଣ କରାଯାଇଛି । ଆଧୁନିକ ମୋଟରସାଇକଲ ଉତ୍ସାହୀମାନଙ୍କୁ ବଳିଷ୍ଠ ଓ ଆଧୁନିକ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମୋଟରସାଇକଲ ଜରିଆରେ ଜାୱା ଡିଜାଇନ, ଶକ୍ତି, ଉପସ୍ଥିତି ଓ ଅତ୍ୟାଧୁନିକ ପ୍ରଯୁକ୍ତିର ମିଶ୍ରଣରେ ୨୦୨୪ରେ ଏହି ବର୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।ଜାୱା ୟେଜଦୀ ମୋଟରସାଇକଲସର ସହ ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “ମୋଟରସାଇକଲ ଇଂଜିନିୟରିଂ ପାଇଁ ଆମ ଡିଜାଇନ ଆଧାରିତ ଦୃଷ୍ଟିକୋଣର ପ୍ରତୀକ ହେଉଛି ୨୦୨୪ ଜାୱା ୪୨ । ଏହି ମୋଟରସାଇକଲ ବିକାଶ କରିବାସରେ ଆମେ ଅଧିକ ସମୟ ଉପଯୋଗ କରି ‘ମୂଲ୍ୟ-ପ୍ରଦର୍ଶନ’ ସୂଚୀର ପରିସୀମାକୁ ବଢ଼ାଇଛୁ ଏବଂ ପ୍ରଦର୍ଶନ, ଫର୍ମ ଓ ଇଞ୍ଜିନିୟରିଂର ଶ୍ରେଷ୍ଠ ମିଶ୍ରଣ ହାସଲ କରିଛୁ । ଭାରତରେ ନିଓ-କ୍ଲାସିକର ଅଗ୍ରଦୂତ ଭାବେ ଜାୱା ୪୨ ଏଫଜେ ହେଉଛି ଆମ ଆହ୍ୱନପୂର୍ଣ୍ଣ ଭାବ ଓ ବୈପ୍ଳବିକ ଦୃଷ୍ଟିକୋଣର ପ୍ରମାଣ ।”୩୫୦ ଜାୱା ୪୨ ଏଫଜେର ପ୍ରମୁଖ ଆକର୍ଷଣ ହେଉଛି ଆନୋଡାଇଜଡ ବ୍ରସଡ ଆଲମିନିୟମ ଇନ୍ଧନ ଟାଙ୍କି କ୍ଲାଡିଂ ଯାହା ହେଉଛି ଏହି ବର୍ଗରେ ପ୍ରଥମ । ଏହା ବାଇକକୁ ବେଶ ସୁନ୍ଦର କରିଥିବା ବେଳେ ବିଭିନ୍ନ ରଙ୍ଗ ଜରିଆର ଏହାକୁ ବଦଳାଇବାର ବିକଳ୍ପ ମଧ୍ୟ ରହିଛି । ଏଥି ସହିତ ରହିଛି ଆଲୁମିନିୟମ ହେଡଲ୍ୟାମ୍ପ ହୋଲଡର ଓ ଗ୍ରାବ ହାଣ୍ଡେଲ ଓ ଆଲୁମିନିୟମ ଫୁଟପେଗ୍ । ଏକ ଅଫ-ସେଟ ଇନ୍ଧନ ଟାଙ୍କି କ୍ୟାପ ଏହାର ଡିଜାଇନକୁ ଆହୁରି ଆକର୍ଷଣୀୟ କରିପାରିଛି । ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଅପସ୍ୱେପ୍ଟ ଏକଜଷ୍ଟ, ସମ୍ପୂର୍ଣ୍ଣ ଏଲଇଡି ଲାଇଟିଂ ପ୍ୟାକେଜ, ସମ୍ପୂର୍ଣ୍ଣ ଡିଜିଟାଲ ଇନଷ୍ଟ୍ରୁମେଂଟ କ୍ଲଷ୍ଟର ଓ ୟୁଏସବି ଚାର୍ଜିଂ ପୋର୍ଟ ।ଏଥିରେ ୩୫୦ ଆଲଫା ୨ ଇଂଜିନ ବ୍ୟବହାର କରାଯାଇଛି ଯାହ ୨୯.୨ ପିଏସ ଶକ୍ତି ଓ ୨୯.୬ ଏନଏମ ଟର୍କ ଉତ୍ପନ୍ନ କରୁଛି । ଏହାର ସ୍ମାର୍ଟ ଗିୟର ଭିତିକ ମ୍ୟାପିଂ ଓ ଛଅ ସ୍ପିଡ ଗିୟର ବକ୍ସ, ଏଆଣ୍ଡଏସ କ୍ଲଚ୍ ପ୍ରଯୁକ୍ତି ମୋଟରସାଇକଲର ପ୍ରଦର୍ଶନରେ ଉନ୍ନତି ଆଣି ନିଓ କ୍ଲାସିକ ବର୍ଗରେ ଏହାର ଉପସ୍ଥିତିକୁ ବେଶ ଦୃଢ଼ କରିପାରିଛି । ଏହାର ୧୪୪୦ ଏମଏମ ହ୍ୱିଲବେସ ଓ ୧୭୮ ଏମଏମ ଗ୍ରାଉଣ୍ଡ କ୍ଲିୟରାନ୍ସ, ଡୁଆଲ ଚ୍ୟାନେଲ ଏବିଏସ, ବଡ଼ ଡିସ୍କ ବ୍ରେକ ଗାଡ଼ିର ସୁରକ୍ଷା ଓ ଶକ୍ତିରେ ବେଶ ଉନ୍ନତି ଆଣିପାରିଛି । ଜାସୱା ୪୨ ଏଫଜେର ଦାମ ୧,୯୯,୧୪୨ ଟଙ୍କାରୁ ଆରମ୍ଭ ହୋଇଛି । ଏହା ବିଭିନ୍ନ ପ୍ରକାର ଭାରିଆଂଟରେ ଉପଲବ୍ଧ ହୋଇଛି । ଡିପ ବ୍ଲାକ ମ୍ୟାଟ ରେଡ କ୍ଲାଡ, ଡିପ ବ୍ଲାକ ମ୍ୟାଟ ବ୍ଲାକ କ୍ଲାଡ, କସମୋ ବ୍ଲୁ ମ୍ୟାଟ, ମିଷ୍ଟିକ କପର, ଅରୋରା ଗ୍ରିନ ମ୍ୟାଟ ଓ ଅରୋରା ଗ୍ରିନ ମ୍ୟାଟ ସ୍ପୋକରେ ଏହା ଉପଲବ୍ଧ ହୋଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ