ରାପିଡୋ ପକ୍ଷରୁ ୨୦୦ ନିୟୁତ ଡଲାର ସିରିଜ ଇ ପାଣ୍ଠି ହାସଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ସର୍ବବୃହତ ରାଇଡ୍ ସେୟାରିଂ ପ୍ଲାଟଫର୍ମ ରାପିଡୋ ଏହାର ସିରିଜ୍ ଇ ପାଣ୍ଠିରେ ୨୦୦ ନିୟୁତ ଡଲାରର ପ୍ରତିଶ୍ରୁତି ହାସଲ କରିଛି । ସିରିଜ୍ ଇ ପାଣ୍ଠି ପର୍ଯ୍ୟାୟର ନେତୃତ୍ୱ ନେଇଥିଲା ୱେଷ୍ଟବ୍ରିଜ୍ କ୍ୟାପିଟାଲ । ଏହା ଭାରତରେ ପୁଞ୍ଜିନିବେଶ ଉପରେ ଧ୍ୟାନ ଦେଉଥିବା ଏକ ପ୍ରମୁଖ ନିବେଶ ସଂସ୍ଥା । ଏହି ରାଉଣ୍ଡରେ ଥିଙ୍କ ଇନଭେଷ୍ଟମେଣ୍ଟ ଏବଂ ଇନଭସ୍ ଅପୋର୍ଚୁନିଟିଜ୍ ଭଳି ନୂଆ ନିବେଶକ ସମେତ ବର୍ତମାନର ନିବେଶକ ନେକ୍ସସ୍ ମଧ୍ୟ ଅଂଶଗ୍ରହଣ କରିଥିଲା । ଏହି ନିବେଶ ରାପିଡୋର ମୂଲ୍ୟାୟନକୁ ୧.୧ ବିଲିୟନ ଡଲାରକୁ ବୃଦ୍ଧି କରିଛି । ଏହି ନିବେଶ ସହରାଞ୍ଚଳରେ ଗମନାଗମନକୁ ସୁଦୃଢ଼ କରିବ ।ରାପିଡୋର ସହ ପ୍ରତିଷ୍ଠାତା ଅରବିନ୍ଦ ସାଙ୍କା କହିଛନ୍ତି ଯେ, “ପୁଞ୍ଜିର ଏହି ନୂତନ ବିନିଯୋଗ ସହିତ ଆମେ ଆମର ସେବାଗୁଡ଼ିକୁ ଅନୁସନ୍ଧାନ ଏବଂ ବିସ୍ତାର କରିବାକୁ ଆଗ୍ରହୀ ଅଛୁ । ଏହା ଦ୍ୱାରା ଆମେ ଆମର ଗ୍ରାହକମାନଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଛୁ । ଗତ ଏକ ବର୍ଷ ମଧ୍ୟରେ ଆମେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛୁ । ଆମର ଦୈନିକ ଯାତ୍ରା ୨.୫ ନିୟୁତକୁ ବୃଦ୍ଧି ପାଇଛି । ଏହି ନିବେଶ ଆମକୁ ଆମର ସେବାରେ ଅଭିନବତା ଏବଂ ଉନ୍ନତି ଜାରି ରଖିବାକୁ ସଶକ୍ତ କରିବ ଯାହା ଦ୍ୱାରା ଆମେ ଆମର ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇପାରିବୁ ଏବଂ ସମସ୍ତଙ୍କ ପାଇଁ ସହରୀ ଗମନାଗମନ ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ ହୋଇପାରିବ ।”ୱେଷ୍ଟବ୍ରିଜ୍ କ୍ୟାପିଟାଲର ସହ-ପ୍ରତିଷ୍ଠାତା ତଥା ମ୍ୟାନେଜିଂ ପାର୍ଟନର ସମିର ଚଢ଼ା କହିଛନ୍ତି ଯେ, “ରାପିଡୋରେ ପ୍ରାରମ୍ଭିକ ପୁଞ୍ଜିନିବେଶ ହେବାର ପାଞ୍ଚ ବର୍ଷ ମଧ୍ୟରେ ଆମେ ଅରବିନ୍ଦ, ପବନ, ଋଷିକେଶ ଏବଂ ଦଳକୁ ଏହାକୁ ଭାରତର ଅଗ୍ରଣୀ ସ୍ୱଳ୍ପ ମୂଲ୍ୟର ଗମନାଗମନ ପ୍ଲାଟଫର୍ମରେ ପରିଣତ କରିବା ଦେଖିଛୁ । ବାଇକ୍ ଟ୍ୟାକ୍ସି ଉପରେ ଆଧିପତ୍ୟ ରଖିବାଠାରୁ ଆରମ୍ଭ କରି ୩ ଚକିଆ ଅଟୋ ଏବଂ କ୍ୟାବରେ ଉଲ୍ଲେଖନୀୟ ଅଗ୍ରଗତି କରିବା ପର୍ଯ୍ୟନ୍ତ ସେମାନଙ୍କ ଅଭିବୃଦ୍ଧି ପରିଚାଳନାଗତ ଉତ୍କର୍ଷ ଏବଂ ଗ୍ରାହକ ଓ କ୍ୟାପଟେନମାନଙ୍କ ସନ୍ତୁଷ୍ଟି ଉପରେ ନିରନ୍ତର ଧ୍ୟାନ ଦେବାର ପ୍ରମାଣ । ଆମେ ଟିମକୁ ସେମାନଙ୍କ ପୁଞ୍ଜି ଦକ୍ଷ ସମ୍ପ୍ରସାରଣ ପାଇଁ ଅଭିନନ୍ଦନ ଜଣାଉଛୁ ଯାହା ବର୍ତମାନ ରାପିଡୋକୁ ଭାରତର ସର୍ବାଧିକ ବ୍ୟବହୃତ ଉପଭୋକ୍ତା ଇଂଟରନେଟ ଆପ୍ ମଧ୍ୟରେ ସ୍ଥାନିତ କରିଛି । ଏହି ସଦ୍ୟତମ ପାଣ୍ଠି ରାଉଣ୍ଡ ସେମାନଙ୍କ ଯାତ୍ରା ପ୍ରତି ଆମର ଜାରି ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ।ନୂତନ ଭାବେ ସଂଗ୍ରହ କରାଯାଇଥିବା ପାଣ୍ଠିକୁ ସମଗ୍ର ଭାରତରେ ରାପିଡୋର କାର୍ଯ୍ୟକଳାପ ସମ୍ପ୍ରସାରଣ ଏବଂ ସେବା ଯୋଗାଣ ବୃଦ୍ଧି ପାଇଁ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଉନ୍ନତ କରିବା ପାଇଁ ଆବଣ୍ଟନ କରାଯିବ । ବାଇକ୍‌-ଟ୍ୟାକ୍ସି, ତିନି ଚକିଆ ଯାନ ଏବଂ ଟ୍ୟାକ୍ସି-କ୍ୟାବ୍ ସମେତ ସମସ୍ତ ବର୍ଗରେ ଏହାର କାରବାର ବୃଦ୍ଧି କରିବାକୁ ରାପିଡୋ ଯୋଜନା କରିଛି । ୯ ବର୍ଷ ପୂର୍ବେ ପ୍ରତିଷ୍ଠା ହେବା ପରଠାରୁ ବାର୍ଷିକ ୧୫୦%ରୁ ଅଧିକ ଅଭିବୃଦ୍ଧି ସହ ରାପିଡୋ ଭାରତରେ ଗ୍ରାହକ ଇଂଟରନେଟ କ୍ଷେତ୍ରକୁ ପୁନର୍ଜୀବିତ କରିଛି ଏବଂ ସେୟରଡ ଗମନାଗମନ କ୍ଷେତ୍ରରେ ଏକ ଅଗ୍ରଣୀ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି । ପ୍ରାରମ୍ଭରେ ବାଇକ୍‌-ଟ୍ୟାକ୍ସି ଉପରେ ଗୁରୁତ୍ୱ ଦେଇ କମ୍ପାନି ଅଟୋ ଓ କ୍ୟାବ୍ ସେବାରେ ବିବିଧତା ଆଣିବା ସହ ଏହାର ମୂଲ୍ୟ ବୃଦ୍ଧି ଓ ପରିଚାଳନାକୁ ସୁଦୃଢ଼ କରିଛି । ରାପିଡୋ ମେଟ୍ରୋ ସହର ବାହାରେ ଏହାର ଉପସ୍ଥିତିକୁ ବିସ୍ତାର କରିଛି ଏବଂ ଦେଶର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ସହର ସମେତ ୧୦୦ରୁ ଅଧିକ ସହରରେ ଉପସ୍ଥିତି ଜାହିର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ