ସୀତାପୁର ଗ୍ରାମର ନଳକୂପରୁ ଆସୁଛି ଅପରିଷ୍କାର ପାଣି, ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ଗ୍ରାମରେ ଅପରିଷ୍କାର ପାଣି ନଳକୂପରୁ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପାନୀୟ ଜଳ ସମସ୍ୟା ଦୂର କରିବା ନେଇ ସରକାର ବହୁ ଚେଷ୍ଟା କରୁଥିବାବେଳେ ଦୂର ହୋଇପାରୁନି ସମସ୍ୟା। ସୀତାପୁର ଗ୍ରାମ ଅରୁକୁଲ ସାହିରେ ବର୍ଷା ଯୋଗୁଁ ରାସ୍ତା ଉପର ଦେଇ ବୋହିଯାଉଛି ଅପରିଷ୍କାର ପାଣି । ଉକ୍ତ ସାହିରେ ଥ‌ିବା ନଳକୂପ ଭିତରକୁ ଅପରିଷ୍କାର ପାଣି ପ୍ରବେଶ କରୁଥିବା ଯୋଗୁଁ ଲୋକେ ବ୍ୟବହାର କରିବା ପାଣି ଅପରିଷ୍କାର ହେଉଥ‌ିବା ଅଭିଯୋଗ କରିଛନ୍ତି। ସାହିରେ ଲୋକେ ଉକ୍ତ ନଳକୂପରୁ ପିଇବା ପାଇଁ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ହେଲେ ଅପରିଷ୍କାର ପାଣି ବାହାରୁଛି। ସାହିର ଦୁଇ ପାର୍ଶ୍ଵରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଥିଲେ ବି ସେଥ୍‌ରେ ଅଲିଆ ଆବର୍ଜନା ଭରି ରହିଥ‌ିବା ଯୋଗୁଁ ବର୍ଷା ପାଣି ରାସ୍ତା ଉପରେ ଭାସୁଛି। ଗ୍ରାମବାସୀ ଏନେଇ ବାରମ୍ବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଜଣାଇବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ