୨ ରୁ ଅଧିକ ଛୁଆ ଥିବା ଯୋଗୁଁ ଦମାଦୁଆ ସରପଞ୍ଚଙ୍କ ପଦବୀ ଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୨ ରୁ ଅଧିକ ଛୁଆ ଥିବା ଯୋଗୁଁ ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ସରପଞ୍ଚ ସରସ୍ବତୀ ମଲ୍ଲିକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା ଜେଏମ୍ଏଫ୍‌ସି ବିଚାରପତି ଶୁଭଜିତ ବେହେରା | ଦୁଇ ବର୍ଷ ଧରି ଏହି ନିର୍ବାଚନୀ ମାମଲାର ବିଚାରଣ ଚାଲିଥିବା ବେଳେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦମାଦୁଆ ସରପଞ୍ଚ ସରସ୍ବତୀ ମଲ୍ଲିକ ନିର୍ବାଚିତ ହୋଇଥିଲେ। ତେବେ ଦୁଇରୁ ଅଧ‌ିକ ଛୁଆ ଥିବା ଯୋଗୁଁ ତାଙ୍କର ସରପଞ୍ଚ ପଦ ରଦ୍ଦ ପାଇଁ ତାଙ୍କ ପ୍ରତିଦ୍ବନ୍ଦୀ କଳସୀ ମାଝୀ ମୋହନା କୋର୍ଟରେ ପିଟିସନ ଦାଖଲ କରିଥିଲେ I ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜେଏମଏଫସି ସରସ୍ଵତୀ ମଲିକଙ୍କ ସରପଞ୍ଚ ପଦ ରଦ୍ଦ କରିବା ସହ ଅଯୋଗ୍ୟ ଘୋଷଣା କରିଛନ୍ତି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ସୁଦର୍ଶନ ସାହୁ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ