ଆନ୍ଧ୍ରକୁ ବେଆଇନ ବାଲି ଓ କାଠ ଚାଲାଣ ବେଳେ ୩ ଗାଡ଼ି ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନା ପୋଲିସ ତରଫରୁ ଆନ୍ଧ୍ରକୁ ଚାଲାଣ ବେଳେ ବେଆଇନ ବାଲି ବୋଝେଇ ଗାଡିକୁ ଜବତ କରାଯାଇଛି. କାଶୀନଗର ବ୍ଲକର କୋରାଟମ୍ ଗ୍ରାମ ନିକଟସ୍ଥ ରାସ୍ତାରେ ଏକ କାଠ ଗାଡିକୁ ନବତ କରି ଡ୍ରାଇଭରକୁ ଅଟକ ରଖୁଛି ପୁଲିସ। ସେହିପରି କାଶୀନଗର ପାରଳାଖେମୁଣ୍ଡି ରାଜ୍ୟ ମୁଖ୍ୟରାସ୍ତାରେ ଭିନ୍ନ ଭିନ୍ନ ସମୟରେ ଦୁଇ ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ସୂଚନା ମୁତାବକ ସନ୍ଧ୍ୟାରେ ପୁଲିସ ରାଜ୍ୟ ମୁଖ୍ୟରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ବାଲି ବୋଝେଇ ଟ୍ରାକ୍ଟର, ମ୍ୟାକ୍ସ୍ ପିକଅପ୍ ଜବତ କରିଥିଲେ I ପରେ କାଠ ବୋଝେଇ ହୋଇ ଆନ୍ଧ୍ର ଚାଲାଣ ହେଉଥିବା ମ୍ୟାକ୍ସ ପିକଅପ୍ ଗାଡିକୁ ଜବତ କରିଥିଲେ । ଉକ୍ତଗାଡ଼ିର ଡ୍ରାଇଭରକୁ ଅଟକ ରଖାଯାଇଛି. ଡ୍ରାଇଭର ଜଣକ ପାପାୟପେଟା ଗ୍ରାମର ଜଗଦୀଶ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ