ମୋହନା ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ଙ୍କ ପୁଜା ଅନୁଷ୍ଠିତ ହୋଇଯାଇଛି l ମୋହନା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାରମ୍ପରିକ ରୀତିରେ ପୂଜା ସମ୍ପନ୍ନ ହୋଇଛି l ସେହିପରି ମୋହନା ଏସଏସଡି ହାଇସ୍କୁଲ ରେ ଗଣେଶ ପୂଜା ହୋଇଥିବା ବେଳେ ହିଲଟପ୍ କଲେଜ, ଦୃଷ୍ଟିହୀନ ବଧିର ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ବାଳକ ଉଛ ପ୍ରାଥମିକ ବିଦ୍ୟାଳୟ, ମୋହନା ଏମକେସିଜି ଯୁବକ ସଂଘ, ଜଗନ୍ନାଥ ମନ୍ଦିର ସାହି,ପାଣ୍ଡା ଛକ, ତାରିଣୀ ନଗର, ଆଦି ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି l ସେହିପରି ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜ, ଆଦିବାସୀ ବାଳିକା ବିଦ୍ୟାପୀଠ, ଚନ୍ଦ୍ରଗିରି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ମଧ୍ୟ ବିଘ୍ନ ବିନାଶକ ଗଣେଶ ଙ୍କ ପୁଜା କରାଯାଇଛି l ସେହିପରି ଗତ ଦୁଇ ବର୍ଷ ହେଲା ଚନ୍ଦ୍ରଗିରି ପୋଲିସ ଫାଣ୍ଡି ରେ ଧୁମ୍ ଧାମ ର ସହ ଗଣେଶ ପୂଜା କରାଯାଉଛି l ସେହିପରି ଅଡବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଗଣେଶ ପୂଜା ସମ୍ପନ୍ନ ହୋଇଛି l ଗଣେଶ ଚତୁର୍ଥୀ ଉପଲକ୍ଷେ ମୋହନା ସାମ୍ବାଦିକ ସଙ୍ଘ ସଭାପତି ପଞ୍ଚାନନ ଦାସ୍, ଉପ ସଭାପତି ନୃସିଂହନାଥ ପୂଜାରୀ, ସମ୍ପାଦକ ସୁମନ ପଟ୍ଟନାୟକ, ସହ ସମ୍ପାଦକ ଅଂଶୁମାନ ପଣ୍ଡା, ବରିଷ୍ଠ ସଦସ୍ୟ ବାବୁଲା ସେଠୀ, ବାଦଲ ବେହେରା ଏବଂ ଉପଦେଷ୍ଟା ଲଷ୍ମଣ ଚୌଧୁରୀ ଙ୍କ ସମେତ ସମସ୍ତ ସଦସ୍ୟ ମୋହନା ଜନସାଧାରଣ ଙ୍କୁ ମିଠା ବଣ୍ଟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ