ସୁଭଦ୍ରା ଯୋଜନା ଅନଲାଇନ ଆବେଦନ ପ୍ରକ୍ରିୟାର ତଦାରଖ କଲେ ଛତ୍ରପୁର ବିଡ଼ିଓ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଚାଲୁ ରହିଛି l ଏହି ଯୋଜନା ଆବେଦନ ପ୍ରକ୍ରିୟା ସମସ୍ତ ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ରେ ହେଉଥିବା ବେଳେ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ବୁଲି ଏହି ଆବେଦନ ପ୍ରକ୍ରିୟାର ତଦାରଖ କରିଛନ୍ତି ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ l ଅନଲାଇନ ଆବେଦନ ପ୍ରକ୍ରିୟା ରେ ହେଉଥିବା ସମସ୍ୟା ଏବଂ ଅନଲାଇନ ଆବେଦନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନେଇ ବିଡ଼ିଓ ଶ୍ରୀ ବରାଳ ମୋ ସେବା କେନ୍ଦ୍ରର ଭିଏଲଇ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହା ସହ ଏହି ସେବା ମାଗଣାରେ ଉପଲବ୍ଧ, ଏଣୁ ଏଥିପାଇଁ କାହାକୁ ପଇସା ଦେବା ଆବଶ୍ୟକ ନାହିଁ ବୋଲି ବିଡ଼ିଓ ଶ୍ରୀ ବରାଳ ଉପସ୍ଥିତ ମହିଳା ହିତାଧିକାରୀ ମାନଙ୍କୁ କହିଥିଲେ l ବିଡ଼ିଓ ଙ୍କ ଏହି ତଦାରଖ ବେଳେ ପିଇଓ ଡକ୍ଟର ସେଠି ଙ୍କ ସମେତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ