ସୁଭଦ୍ରା ଯୋଜନା ବିଷୟରେ ମହିଳାଙ୍କୁ ସଚେତନତା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ରିକାପଲ୍ଲୀ ରେଡି ସାହି ଯାଇ ସୁଭଦ୍ରା ଯୋଜନା ବିଷୟରେ ମହିଳାଙ୍କୁ ସଚେତନତା କରାଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା,ଏନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିଲା । କେଉଁଠି ଆଧାର ସହ ମୋବାଇଲ ନମ୍ବର ଲିଙ୍କ ପାଇଁ ଭିଡ ଜମୁଛି ତ କେଉଁଠି ଅସୁଧା ଭାବେ ଟଙ୍କା ମଗାଯାଉଛି । ଏହିସବୁ ଦୃଷ୍ଟିରେ ରଖି ଏହି ଯୋଜନା ସଂପର୍କରେ ବ୍ୟାପକ ଜନସେଚତନା ସୃଷ୍ଟି କରିବା ଉଦେଶ୍ୟରେ ମନ୍ତ୍ରୀ ଛତ୍ରପୁର ୧୨ ନମ୍ବର ୱାର୍ଡର ମହିଳା ମାନଙ୍କୁ ସଚେତନତା କରାଇଥିଲେ । ହିତାଧିକାରୀ ଯେପରି ଭ୍ରମିତ ନହେବେ ସେଥିଲାଗି ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଏହି ଯୋଜନାରେ ପଞ୍ଜିକରଣ ପାଇଁ କୈାଣସି ନିଦ୍ଧିଷ୍ଟ ସମୟସୀମା ନାହିଁ । ସମସ୍ତ ଯୋଗ୍ୟହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ । ଏହା ଏକ ଐତିହାସିକ ଯୋଜନା ଉପସ୍ଥିତ ଶତାଧିକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ବୁଝାଇଥିଲେ । ଏହା ସହ ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଲୋକଙ୍କୁ ଟୋଲ ଫ୍ରି ନମ୍ବର ରେ କଲ କରି ଯୋଡି ହେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ଏନ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଆଇନଜୀବି ପଦ୍ମ ଚରଣ ସାହୁ, ପ୍ରଦୀପ ପାଢ଼ୀ, ସଞ୍ଜିତ ରାଉଳ,ଡ଼ି ସୁରେଶ ରେଡି ଏବଂ ବହୁ ମହିଳା ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ