ସମାଜସେବୀଙ୍କ ପରଲୋକ

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ବ୍ଲକ ଧୂମାଳ ଗ୍ରାମପଞ୍ଚାୟତ ୧୪ ନମ୍ୱର ୱାର୍ଡ ୱାଡମେମ୍ବର ଙ୍କ ସ୍ବାମୀ ସମାଜସେବୀ ବାନାମ୍ବର ମହାନ୍ତି (ଟୁଟୁ ବାବୁ)ଙ୍କର ୫୨ ବର୍ଷ ବୟସରେ ଗତ କାଲି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି।ସେ ପୂର୍ବରୁ ଅସୁସ୍ଥ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ନୟାହାଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ସରପଞ୍ଚ ମୋନାଲିସା ସିଂ,ମହମ୍ମଦ ସମସୁଲ ଆରେଫିନ, ଅଭିମନ୍ୟୁ ସିଂ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ନୟାହାଟ ବଜାର ପରିକ୍ରମା କରି ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ତାଙ୍କ ଏକମାତ୍ର ପୁତ୍ରଗୋପବନ୍ଧୁ ମହାନ୍ତି ମୂଖାଗ୍ନି ଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ