ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁପୂଜନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାରମ୍ପରିକ ରୀତିରେ ଗୁରୁପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୪୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତ୍ୟନ୍ତ ଭକ୍ତିଭାବର ସହିତ ୩୫ଜଣ ଗୁରୁଜୀ ଓ ଗୁରୁମାଙ୍କ ସମେତ ପରିଚାଳନା ସମିତିର ସଦସ୍ୟମାନଙ୍କୁ ଲେଖନୀ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ମିଠା ଖୁଆଇ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ । ପରିଚାଳନା ସମିତିର ସଭାପତି ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିଲେ । ସ୍ଥାନୀୟ ପୋଟଳୀ ମଠର ମାତା ଆନନ୍ଦମୟୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକୁ ଉଦଘାଟନ କରିଥିଲେ । ବିଶେଷ ଆକର୍ଷଣ ସ୍ୱରୂପ ଏହି ଅବସରରେ ଦୁଇଜଣ ବର୍ଷିଆନ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ତ୍ରିପାଠୀ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ପାରମ୍ପରିକ ରୀତିରେ ପଦଧୈାତ କରି ଶିରୀପା ଏବଂ ଉପଢୈାକନରେ ମଣ୍ଡିତ କରି ପୂଜା କରାଯାଇଥିଲା । ସମ୍ପାଦକ ରାଜଗୋପାଳ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସ୍ୱାଇଁଙ୍କ ସମେତ ପରିଚାଳନା ସମିତିର ଅନ୍ୟ ସଦସ୍ୟମାନେ ଗୁରୁପୂଜାର ମହତ୍ୱ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ । ନୃତ୍ୟର ତାଳେ ତାଳେ ଗୁରୁ ବନ୍ଦନା ପରିବେଶକୁ ବେଶ ଭାବ ବିହ୍ୱଳ କରିଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ