ଜେଏସ୍‌ଡବ୍ଲୁ ଇନଫ୍ରାଷ୍ଟ୍ରକଚର୍ ପକ୍ଷରୁ କ୍ଷମତା ସମ୍ପ୍ରସାରଣ ପାଇଁ ୨୩୫୯ କୋଟି ଟଙ୍କାର ପୁଞ୍ଜି ବ୍ୟୟ ମଞ୍ଜୁର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଂଶ ତଥା ଭାରତର ଦ୍ୱିତୀୟ ସର୍ବବୃହତ ଘରୋଇ ବାଣିଜ୍ୟିକ ବନ୍ଦର ପରିଚାଳନା କମ୍ପାନି ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ପକ୍ଷରୁ ଜୟଗଡ଼ ଓ ଧରମତାର ବନ୍ଦରର କ୍ଷମତା ସମ୍ପ୍ରସାରଣ ପାଇଁ ୨୩୫୯ କୋଟି ଟଙ୍କାର ପୁଞ୍ଜି ବ୍ୟୟ ମଞ୍ଜୁର କରାଯାଇଛି ।କମ୍ପାନିର କ୍ଷମତାକୁ ବର୍ତମାନର ୧୭୦ ଏମଟିପିଏରୁ ବଢ଼ାଇ ୨୦୩୦ ସୁଦ୍ଧା ବାର୍ଷିକ ୪୦୦ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି କମ୍ପାନିର ରହିଥିବା ଅଭିବୃଦ୍ଧି ଯୋଜନାର ଅଂଶ ସ୍ୱରୂପ ସହାୟକ କମ୍ପାନିଗୁଡ଼ିକର ବୋର୍ଡ ମୋଟ ୩୬ ଏମଟିପିଏ (ଧରମତାର ବନ୍ଦରରେ ୨୧ ଏମଟିପିଏ ଓ ଜୟଗଡ଼ରେ ୧୫ ଏମଟିପିଏ) କ୍ଷମତା ସମ୍ପ୍ରସାରଣ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ପୁଞ୍ଜି ବ୍ୟୟ ଯୋଜନାର ନୂତନ ବର୍ଥର ମେକାନିକାଲ, ସିଭିଲ ଓ ଇଲେକ୍ଟ୍ରିକାଲ୍ କାମ ସହିତ ଜୟଗଡ଼ ବନ୍ଦରରେ ରେଳ ସାଇଡିଂ ଭଳି ଭିତିଭୂମି କାର୍ଯ୍ୟ ରହିଛି ଯାହା ତୃତୀୟ ପକ୍ଷ ପଣ୍ୟ ପରିଚାଳନାକୁ ସୁଦୃଢ଼ କରିବ ।ଏହି ସମ୍ପ୍ରସାରଣ ଦ୍ୱାରା ଜୟଗଡ଼ ବନ୍ଦରର କ୍ଷମତା ବର୍ତମାନର ୫୫ ଏମଟିପିଏରୁ ବୃଦ୍ଧି ପାଇ ୭୦ ଏମଟିପିଏ ଓ ଧରମତାର ବନ୍ଦରର କ୍ଷମତା ୩୪ ଏମଟିପିଏରୁ ବୃଦ୍ଧି ପାଇ ୫୫ ଏମଟିପିଏ ହେବ । ମହାରାଷ୍ଟ୍ରର ଡୋଭିଠାରେ ପ୍ର୍‌ସ୍ତାବିତ ୫ ଏମଟିପିଏ ଇସ୍ପାତ କାରଖାନା ଦ୍ୱାରା ଆଙ୍କର ଗ୍ରାହକମାନଙ୍କ ବୃଦ୍ଧି ପାଇବାକୁ ଥିବା ପଣ୍ୟ ପରିମାଣକୁ ପୂରଣ କରିବା ଲାଗି ଏହି ସମ୍ପ୍ରସାରଣ ଜରିଆରେ ଲକ୍ଷ୍ୟ ରଖାଯାଇଛି । ଉଭୟ ବନ୍ଦରର ସମ୍ପ୍ରସାରଣ ଦ୍ୱାରା ପ୍ରାୟ ୨୭ ଏମଟିପିଏର ଅତିରିକ୍ତ ପଣ୍ୟ ସୃଷ୍ଟି ହେବ । ଉଭୟ ବନ୍ଦରରେ ନିର୍ମାଣ ୨୦୨୭ ମାର୍ଚ୍ଚ ସୁଦ୍ଧା ଶେଷ ହେବା ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ