ଚାନ୍ଦମାରି ପଡ଼ିଆରେ ଶ୍ରୀଶ୍ରୀ ଗଜାନନଙ୍କ ପୂଜା

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟାର ଚାନ୍ଦମାରୀ ପଡ଼ିଆସ୍ଥିତ ‘ରୟାଲ୍ କ୍ଲବ୍‌’ ପକ୍ଷରୁ ଚଳିତବର୍ଷ ମହା ସମାରୋହରେ ଶ୍ରୀଶ୍ରୀ ଗଜାନନଙ୍କ ପୂଜା ଶେଷ ହୋଇଯାଇଛି । ଆସନ୍ତା ବୁଧବାର ଦିନ ଭଷାଣି ଉତ୍ସବ ଅନୁଷ୍ଠିତ ହେବ । ଗତ ୨୦୦୦ ମସିହାରୁ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ଗଜାନନଙ୍କ ପୂଜା ଯଥାବିଧି ପାଳିତ ହୋଇଆସୁଛି । ଆସନ୍ତା ବର୍ଷ ରଜତ ଜୟନ୍ତୀ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଚଳିତବର୍ଷ ରଙ୍ଗବେରଙ୍ଗର ଆଲୋକସଜ୍ଜାକୁ ସନ୍ଧ୍ୟାରୁ ରାତ୍ର ଦଶଟା ପର୍ଯ୍ୟନ୍ତ ବହୁ ଦର୍ଶକ ଉପଭୋଗ କରୁଛନ୍ତି । ସୋମବାର ସନ୍ଧ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଖେଚୁଡ଼ି ପ୍ରସାଦ ବଣ୍ଟନ କରାଯାଇଥିଲା ।କ୍ଲବ୍‌ର ସଭାପତି ଭଗବାନ ମହନୀ, ସାଧାରଣ ସଂପାଦକ ରାଜକିଶୋର ରାଉତ, ସହସଂପାଦକ ସୁଧିର ଦାସଙ୍କ ସମେତ ସୁବ୍ରତ ଦାଶ, ଉଦୟ ସାହୁ ପ୍ରମୁଖ ଓ ବ୍ୟାସକବି ନଗର ବିକାଶ ପରିଷଦର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଓ ଦର୍ଶନାଭିଳାଷୀ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବାରେ ସହାୟତା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ