ଆଡପଡ଼ା ମାଣିକେଶ୍ଵରୀ ବିଦ୍ୟାପୀଠରେ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଶିକ୍ଷା ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡ଼ା ସ୍ଥିତ ମାଣିକେଶ୍ଵରୀ ବିଦ୍ୟାପୀଠ ଠାରେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧୀନ କଙ୍କୋରଡ଼ା ଏବଂ ଖାଲିଙ୍ଗି ଜୋନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ମିଳିତ ବର୍ଗର କ୍ରୀଡା ପ୍ରତିଯୋଗିତା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମାଣିକେଶ୍ଵରୀ ବିଦ୍ୟାପୀଠ ପରିସର ଖେଳେ ପଡ଼ିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଉଭୟ ଜୋନର ୩୭୬ ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମାଣିକେଶ୍ଵରୀ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ତ୍ରିନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ଶର୍ମିଷ୍ଠା ରାଉତ, ପୂର୍ବତନ ବିଇଓ ପ୍ରଫୁଲ୍ଲ କୁମାର ଚୌଧୁରୀ, ଏବିଇଓ ରାମଚନ୍ଦ୍ର ପଣ୍ଡା,ରାଧାକୃଷ୍ଣ ବିଦ୍ୟାପୀଠ ଏରେଣ୍ଡେରାର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ତ୍ରିପାଠୀ, ଖଲିଙ୍ଗି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ରାଇତ, ଡେଙ୍ଗାଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାଳ, ସିଆରସିସି ସତ୍ୟ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ କ୍ରୀଡା ପ୍ରତି ମନଯୋଗ ହେବାକୁ ଆନୁରକ୍ତି ପ୍ରଦାନ ସହ ଉତ୍ସାହିତ କରିଥିଲେ । ଅନୁଷ୍ଠିତ ଏହି ଜୁନିଅର ଏବଂ ସିନିୟର୍ ବର୍ଗର ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ଜିଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ସବୁଜ ସଂକେତ ପ୍ରଦାନ କରାଯାଇଥିଲା । ବ୍ଲକ୍ କ୍ରୀଡା ସମ୍ପାଦକ ଅରୁଣ କୁମାର ରାଉତଙ୍କ ଦ୍ୱାରା କ୍ରୀଡା ପରିଚାଳନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ତୋଫାନ ପାତ୍ରଙ୍କ ସମେତ ସମସ୍ତ ହାଇସ୍କୁଲ ଶାରୀରିକ ପ୍ରଶିକ୍ଷକ ଅଂଶ ଗ୍ରହଣ କରି କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।