ବ୍ଲକ ପରିସରରେ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ବଣ୍ଟନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ , ହୁଇଲ ଚେୟାର ଓ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵାତୀଶ୍ରୀ ସିଂ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଟଚିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ , ବ୍ଲକ ଉପାଧକ୍ଷ ରତିକାନ୍ତ ରାଉତ ପ୍ରମୁଖ ଯୋଗଦେଇ ପ୍ରମୋଦ କୁମାର ନାୟକ , ଗୋପାଳ ଚ଼ନ୍ଦ୍ର ନାୟକ ଗୟାଧର ସାହୁ କମଳାକାନ୍ତ ବାରିକ ଶେଖ ସଖବତ ଅଲ୍ଲୀ ହରିଶ ମହାପାତ୍ର ମୋନାଲିସା ସୁନ୍ଦରରାୟ ସସ୍ମିତା ରାଉତ ପ୍ରମୁଖ ୪୬ ଜଣଙ୍କୁ ଭିନ୍ନକ୍ଷମ ଉପକରଣ ବଣ୍ଟନ କରିଥିଲେ । ତନ୍ମମଧ୍ୟରୁ ୧୭ ଜଣଙ୍କୁ ଟ୍ରାଇ ସାଇକେଲ , ଜଣକୁ ସ୍ମାଟ ଫୋନ , ୧୫ଜଣଙ୍କୁ ହୁଇଲ ଚ଼େୟାର , ଜଣଙ୍କୁ ସିପି ଚେୟାର , ୮ଜଣଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଏସ. ପ୍ରତିକ ଆନନ୍ଦ , ରାଜେଶ କୁମାର ସାହୁ , ସୁଦର୍ଶନ ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ