ଜମିବାଡି ବିବାଦକୁ ନେଇ ଉଦ୍ରଲୋକଙ୍କୁ ଆକ୍ରମଣ ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ):ଜମିବାଡି ବିବାଦକୁ ନେଇ ନନ୍ଦିପଦା ଥାନା ଅଧିନ ଚଷାଖଣ୍ଡ ଗାଁ ରେ ଉଦ୍ରଲୋକଙ୍କୁ ଆକ୍ରମଣ କରାଯାଇ ଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗ୍ରାମର ଦିନା ବାରିକ ଓ ଶଙ୍କୁର ବାରିକ ଙ୍କ ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଏନେଇ ପୂର୍ବରୁ ଗାଁଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଆପୋଷ ସମାଧାନ କରାଯାଇ ପାଟିତୁଣ୍ଡନ କରିବାକୁ ନିଷ୍ପତି ହୋଇଥିଲା । ଆଜି ସକାଳୁ ଦିନା ବାରିକ ଶଙ୍କୁରଙ୍କ ଘର ପାଖକୁ ଯାଇ ଗାଳି ଗୁଲଜ କରିଥିଲା । ଏନେଇ ଶଙ୍କୁରଙ୍କ ସ୍ତ୍ରୀ ଗାଁ ଭଦ୍ରବ୍ୟକ୍ତି ମାନଙ୍କୁ ଡାକି ଆଲୋଚନା କରୁଥିବା ବେଳେ ଦିନାଙ୍କ ପୁଅ ଚ଼ନ୍ଦ୍ରକାନ୍ତ ଆକ୍ରମଣ କରିଥିଲା । ଏଥିରେ ଭଦ୍ରବ୍ୟକ୍ତି ହୋଇ ଆସିଥିବା ଅଭିରାମ ରାଉଳ ଆହତ ହୋଇଥିଲେ । ତାଙ୍କୁ ଶାଳନିଆଁ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିଲା । ଏନେଇ ଅଭିରାମ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟ ପକ୍ଷଙ୍କୁ ଡକାଇ ତଦନ୍ତ ଆରମ୍ଭ କରିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ