ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ସମୂର୍ଦ୍ଧନା ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ସମୂର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷକ ଅକ୍ଷୟ କୁମାର ବେହେରାଙ୍କ ତତ୍ୱାବଧାନରେ ଶାଳଣିଆଁ ସର୍କଲ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁରେଶ କୁମାର ଜେନା , ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମୀଧର ସେଠୀ , ବାସୁଦେବ ନାୟକ , ଯଜାତି କେଶରୀ ରାଉତ , ସ୍କୁଲ ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ଘଡ଼େଇ , ଶିକ୍ଷକ ସଂଘର ସମ୍ପାଦକ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷକମାନେ ଆଜିର ସମାଜ ସଂସ୍କାରର କର୍ଣ୍ଣଧାର ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷକ ରବିନ୍ଦ୍ର କୁମାର ଜେନା , ଅଭିମନ୍ୟୁ ଦାସ , ବିବେକାନନ୍ଦ ବେହେରା , ସନ୍ଧ୍ୟାରାଣୀ ପେରେଇ ପ୍ରମୁଖ ଙ୍କୁ ଶିକ୍ଷାକ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଗୁରୁ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗୀତା ରେ କୃତ୍ତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଗଜେନ୍ଦ୍ର କୁମାର ସେଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ଦେବଦଉ ନାୟକ , ଉତ୍ତମ କୁମାର ସ୍ୱାଇଁ , ଅମୁଲ୍ୟ କୁମାର ଜେନା , ଅଜୟ କୁମାର ରାଉଳ , ବାସୁଦେବ ଦାସ , ପରେଶ ପଣ୍ଡା , ନବ ସ୍ୱାଇଁ , ରବି ନାରାୟଣ ରଣା , ସବିତା ମହାନ୍ତି , ପୂଜାସ୍ମିତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।