ଗୋକୁଳ ବିହାରୀ ପୃଷ୍ଟି ଓ ଶିଶିର କୁମାର ବିଶ୍ଵାଳଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡେଇ ସ୍ମୃତି ସମ୍ମାନ
ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା କ୍ଷାତନାମା କବି ଓ ସାହିତ୍ୟିକ ଯାଜପୁର ଜିଲ୍ଲାର ଗୋକୁଳ ବିହାରୀ ପୃଷ୍ଟିଙ୍କୁ ସାହିତ୍ୟ କ୍ଷେତ୍ରରେ ରାଜ୍ୟ ସ୍ତରୀୟ ଶ୍ରୀନିବାସ ଖଣ୍ଡେଇ ସ୍ମୃତି ସମ୍ମାନ ୨୦୨୪ ଅର୍ପଣ କରାଯିବାକୁ ନିଷ୍ପତି ହୋଇଛି। ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାର ଦକ୍ଷ ତଥା ଆଦର୍ଶ ଶିକ୍ଷକ ଶିଶିର କୁମାର ବିଶ୍ଵାଳଙ୍କୁ ଶିକ୍ଷାକ୍ଷେତ୍ରରେ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡେଇ ସ୍କୃତି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ୨୯ ତାରିଖ ତାରିଖରେ ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଅନୁଷ୍ଠିତ ହେବାକୁଥିବା ସମ୍ୱାଦ ସାହିତ୍ୟଘର ବାର୍ଷିକ ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିବା ଶ୍ରୀନିବାସ ଖଣ୍ଡେଇ ସ୍ମୃତି ସଂସଦ ପକ୍ଷରୁ ନିଷ୍ପତି ହୋଇଛି ।