ଲିଡ୍ ଗ୍ରୁପର ଟେକବୁକ ଭାରତରେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିପ୍ଳବ ଆଣିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ସର୍ବବୃହତ ସ୍କୁଲ ଏଡଟେକ କମ୍ପାନି ଲିଡ ଗୁପ ପକ୍ଷରୁ ଟେକବୁକର ଶୁଭାରମ୍ଭ କରାଯାଇଛି ଯାହା ପାରମ୍ପରିକ ପୁସ୍ତକ ଶିକ୍ଷାଦାନକୁ ବଦଳାଇବ । ସ୍କୁଲ ପିଲାମାନଙ୍କ ପାଠପଢ଼ାରେ ରହିଥିବା ଆହ୍ୱାନକୁ ତିନି ପ୍ରକାର ପ୍ରଯୁକ୍ତି ଓ ଏନସିଏଫ ଅନୁଯାୟୀ ପ୍ରସ୍ତୁତ ପାଠ୍ୟକ୍ରମ ଜରିଆରେ ଏହା ମୁକାବିଲା କରିବ ।ଲିଡର ସହ ପ୍ରତିଷ୍ଠାତା ଓ ସିଇଓ ସୁମିତ ମେହେଟ୍ଟା କହିଛନ୍ତି ଯେ, ‘ଶତାବ୍ଦି ଧରି ପାଠ୍ୟପୁସ୍ତକ ଶ୍ରେଣୀ ଗୃହରେ ପ୍ରାଥମିକ ଶିକ୍ଷାଦାନ ଉପକରଣ ହୋଇରହିଥିବା ବେଳେ ସାରା ବିଶ୍ୱରେ ଏଆଇ ତଥା ଏଆର/ଭିଆର ଯୋଗୁଁ ପର୍ସନାଲାଇଜଡ, ମଲଟିମୋଡାଲ ଓ ଗେମିଂ ଭିତିକ ଅନୁଭୂତି ବିଭିନ୍ନ ଶିଳ୍ପରେ ପ୍ରଚଳନ ହୋଇଛି ।ପ୍ରଯୁକ୍ତି, ପାଠ୍ୟଖସଡ଼ା ଓ ପାଠ୍ୟକ୍ରମ ଉପରେ ଦୀର୍ଘବର୍ଷ କରାଯାଇଥିବା ଗବେଷଣାର ବୈପ୍ଲବିକଫଳ ହେଉଛି ଟେକ ବୁକ୍ ଏବଂ ଏହା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଶୈଳୀକୁ ବଦଳାଇବ । ୨୦୨୮ ସୁଦ୍ଧା ଭାରତର ଶ୍ରେଷ୍ଠ ୫୦୦୦ ସ୍କୁଲ ଟେକବୁକ ଆପଣାଇବେ ବୋଲି କମ୍ପାନି ଲକ୍ଷ୍ୟ ରଖିଛି ଯାହା ସାରା ଦେଶର ଶ୍ରେଣୀଗୃହରେ ପାଠପଢ଼ାକୁ ପର୍ସନାଲାଇଜ ଓ ଭାବ ବିନିମୟ ଭିତିକ କରିବ ।’’ଏକ ପର୍ସନାଲାଇଜ ଓ ଇଂଟରଆକ୍ଟିଭ ଅନୁଭୂତି ଜରିଆରେ ପାରମ୍ପରିକ ପାଠ୍ୟପୁସ୍ତକର ରହିଥିବା ପରିସୀମାକୁ ଟେକବୁକ୍ ଅତିକ୍ରମ କରିବ । ଏହା ଜରିଆରେ ପ୍ରତି ପିଲାଙ୍କୁ ସୁହାଇବା ଭଳି ପାଠପଢ଼ା ଢ଼ାଂଚା ବିକାଶ କରାଯାଇପାରିବ । ଏଥିରେ ଥିବା ଶକ୍ତିଶାଳୀ ସୁବିଧାଗୁଡ଼ିକ ହେଉଛି ଅଗମେଂଟେଡ ରିଅଲିଟି, ପର୍ସନାଲାଇଜଡ ରିଡିଂ ଫ୍ରିକ୍ୟୁଏନସି ଓ ପର୍ସନାଲାଇଜଡ ପ୍ରାକ୍ଟିସ । ସୁମିତ କହିଛନ୍ତି ଯେ ପ୍ରଥମ ବର୍ଷ କେବଳ ଆମନ୍ତ୍ରଣ ଭିତିରେ ଦେଶର ୪୦୦ ଅଭିନବ ସ୍କୁଲରେ ଟେକବୁକ ପ୍ରଚଳନ କରାଯିବ । ଆମେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିବାକୁ ଚାହୁଛୁ ଏବଂ ସ୍କୁଲରେ ଏଆଇ ଓ ପ୍ରଯୁକ୍ତି ବ୍ୟବହାର କରି କିଭଳି ଭାରତ ଆଗରେ ରହିପାରିବ ତାହା ଦୁନିଆକୁ ଦେଖାଇବାକୁ ଚାହୁଛୁ ।ଲିଡ ଗ୍ରୁପର ସହ ପ୍ରତିଷ୍ଠାତା ଓ ସହ-ସିଇଓ ସ୍ମିତା ଦେଓରା କହିଛନ୍ତି ଯେ, ‘ପାଠ୍ୟପୁସ୍ତକର ଅନୁଭବ ଓ ପ୍ରଯୁକ୍ତିର ଶକ୍ତି ତଥା ଶିକ୍ଷାଉପକରଣ ଉପରେ ଗଭୀର ଗବେଷଣାକୁ ମିଶାଇ ଆମେ ଏହା ନିଶ୍ଚିତ କରିବାକୁ ଚାହୁଛୁ ଯେ ପ୍ରତିଟି ଛାତ୍ରଛାତ୍ରୀଙ୍କ ପାଖରେ ଉଚ୍ଚ ମାନ, ପର୍ସନାଲାଇଜଡ ପାଠପଢ଼ା ପହଂଚିବ ଯାହା ବାସ୍ତବରେ ସେମାନଙ୍କ ପାଠପଢ଼ା ଯାତ୍ରାରେ ଉନ୍ନତି ଆଣିବ । ଟେକବୁକ ଜରିଆରେ ଆମେ ଏଭଳି ଏକ ପରିବେଶ ଗଠନ କରିବାକୁ ଚାହୁଛୁ ଯାହା କେବଳ ମନେ ରଖିବା ପାଇଁ ନୁହେଁ ବରଂ ଅନୁସନ୍ଧାନ, ଅଭିନବତା ଭିତିକହେବ ।’’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ