ଅଲଣା ପଂଚାୟତରେ ନିଯୁକ୍ତ ଡିଲର ଇ-କେୱାଇସି ଅପଡେଟ କରୁ ନଥିବାରୁ ବିଡିଓଙ୍କୁ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତରେ ନିଯୁକ୍ତ ଡିଲର ହିତାଧିକାରୀମାନଙ୍କର ଇ-କେୱାଇସି ଅପଡେଟ କରୁ ନଥିବା ଶୁକ୍ରବାର ହିତାଧିକାରୀମାନେ ବିଡିଓ ତପନ ମହାପାତ୍ରଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସରକାରଙ୍କ ଆଦେଶ ଅନୁସାରେ ଡିଲରମାନେ ଘରକୁ ଘର ବୁଲି ଇ-କେୱାଇସି ଅପଡେଟ କରିବାର ନିୟମ ରହିଥିଲେ ହେଁ ଉକ୍ତ ପଂଚାୟତର ଡିଲର ଏଥିରେ ସହଯୋଗ କରୁନାହାନ୍ତି । ଯାହାଫଳରେ ଅଧିକାଂଶ ହିତାଧିକାରୀଙ୍କର କାର୍ଡ କଟିଯିବାର ସମ୍ଭାବନା ରହିଛି । ସେହିପରି ଏହି ଡିଲର ହିତାଧିକାରୀମାନଙ୍କୁ ଓଜନରେ କମ୍ ପରିମାଣର ଚାଉଳ ପ୍ରଦାନ କରୁଛନ୍ତି । କୌଣସି ବିଷୟରେ ଡିଲରଙ୍କ ଫୋନକୁ ଫୋନ କଲେ ସେ ଫୋନ ଉଠାଉ ନଥିବା ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗକୁ ପଂଚାୟତର ଶ୍ରୀଜୟ ମାଧବ ଦାସ, ଶ୍ୟାମ ସୁନ୍ଦର ଦାସ, ସୁକାନ୍ତି ସାହୁ, ପ୍ରଭାତି ସାହୁ ଆଦି ଶତାଧିକ ହିତାଧିକାରୀଙ୍କ ସ୍ୱାକ୍ଷରରେ ପ୍ରଦାନ କରାଯାଇଛି । ଏବିଷୟରେ ବିଡିଓ ମହାପାତ୍ରଙ୍କୁ ପଚାରିବାରେ ଯୋଗଣ ବିଭାଗର ତଦନ୍ତ ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ