ଶ୍ରୀ ଗୋପୀନାଥ ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ

ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ବର୍ଷ ବନ୍ଦ ରହବା ପରେ ବାଲିଆପାଳରେ ଅବସ୍ଥିତ ଶ୍ରୀ ଗୋପୀନାଥ ସୂତାକଳକୁ ଚାଲୁ କରିବା ପାଇଁ ତତ୍କାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ହେଁ କାର୍ଯ୍ୟରେ କିଛି ଅଗ୍ରଗତି ହୋଇପାରିନଥିଲା। ବାଲେଶ୍ଵରର ଲୋକପ୍ରିୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲିଆପାଳ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶ୍ରୀ ଗୋପୀନାଥ ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଖୁବ୍ ଅଳ୍ପ ଦିନରେ ବାସ୍ତବାୟିତ ଦେବ। ଆଜି ମାନ୍ୟବର ସାଂସଦ ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ବାଲିଆପାଳରେ ଥିବା ସୁତା କଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଏହାକୁ କିଣିଥିବା କଲିକତାର କମ୍ପାନୀ ପିକନ ଇଲୋକ୍ଟ୍ରୋନିକ୍ସର ନିର୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଠାକୁର, ପିକନ ଇଲୋକ୍ଟ୍ରୋନିକ୍ସର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଭାରତ ମହାନ୍ତି ଓ ବାଲେଶ୍ଵର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଉଚ୍ଚ ସ୍ଥରୀୟ ଆଲୋଚନ ହୋଇଛି, ଖୁବ ଶୀଘ୍ର ଏହି କାରଖାନା ପୁନଃ କାର୍ଯ୍ୟକ୍ଷମ ହେବ ଏବଂ ଏହି ସୂତାକଳ ଝୋଟ କଳ ( Jute processing unit) ଭାବେ ଚାଲୁ ହେବ ବୋଲି ପିକନ ଇଲୋକ୍ଟ୍ରୋନିକ୍ସର ନିର୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଠାକୁର ସୂଚନା ଦେଇଛନ୍ତି। ଏହାକୁ ଚାଲୁ କରିବା ପାଇଁ ଥିବା ଛୋଟ ମୋଟ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସାଂସଦ ନିର୍ଦେଶ ଦେବା ସହ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏହା କାର୍ଯ୍ୟକ୍ଷମ ହେଲେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ହଜାର ହଜାର ଶ୍ରମିକ ଜୀବିକା ପାଇବା ସହିତ ଆନୁସାଙ୍ଗିକ ବ୍ଯବସ୍ଥାରେ ମଧ୍ୟ ଆର୍ଥିକ ଅଗ୍ରଗତି ହେବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏଖବର ପାଇବା ପରେ ବାଲିଆପାଳ ସମେତ ସମଗ୍ର ଉତ୍ତର ବାଲେଶ୍ଵର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ