ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଆର୍ଟିଷ୍ଟ ହେଲପିଙ୍ଗ ହ୍ୟାଣ୍ଡ ଓଡିଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱର୍ଗତା ଲିଟିଲ କରଙ୍କ ସ୍ମୃତିରେ ଏକ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବହୁ କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ, ବକ୍ତା, ଅଭିନେତା, ଅଭିନେତ୍ରୀ ଓ ରାଜନେତାମାନେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ଲିଟିଲ କରଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ସୁଚିସ୍ମିତା ପୃଷ୍ଟି, ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଶ୍ରୀକର ପାଢ଼ୀ, ସୌରଭ ନାୟକ, ବସନ୍ତ ପାତ୍ର ଓ ଅନେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ପ୍ରତେକବର୍ଷ ଲିଟିଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସମ୍ମାନ ପ୍ରଦାନ କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୂଚନା ଥାଉ କି ତା ୧୪/ ୯/ ୨୦୨୪ ରିଖ ଗୁରୁବାର ଦିନ ସକାଳ ୬:୩୦ ସମୟରେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁ ଡାକ୍ତର ଘୋଷଣା କଲେ ଯେ ଓଡ଼ିଶାର ଲୋକପ୍ରିୟ କଣ୍ଠ ଶିଳ୍ପୀ ତଥା ସୁପ୍ରସିଦ୍ଧ ଅଭିନେତ୍ରୀ “ଲିଟିଲ୍ କର” ନିଜ ପରିବାର ବର୍ଗ ଏବଂ ଓଡିଶାବାସୀଙ୍କୁ ଶୋକସାଗରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି।ସବୁଦିନ ପାଇଁ ନିରବି ଯାଇଛି ତାଙ୍କ କଣ୍ଠ ସ୍ବର ଏବଂ ଅଭିନୟର ଭାଷା।ତାଙ୍କ କଣ୍ଠରୁ କେବେ ଆଉ ଝରୀବ ନାହିଁ ଭକ୍ତି ଭାବପୂର୍ଣ୍ଣ ଭଜନ ଜଣାଣ କି ଆଧୁନିକ ଗୀତ।ଖୁବ୍ କମ୍ ବୟସ ମାତ୍ର ୨୬ ବର୍ଷ ବୟସରେ ଲିଟିଲ୍ ଅନେକ ଗୁଡ଼ିଏ ମ୍ୟୁଜୀକ କମ୍ପାନୀ ପାଇଁ ଶହ ଶହ ଗୀତ ରେକଡ୍ ଗାଇବା ସହିତ ଓଡ଼ିଶାର ପୁରପଲ୍ଲୀରେ ସେ ମଞ୍ଚ ଗାୟିକା ଭାବରେ ବେଶ୍ ପ୍ରତିଷ୍ଠା ଲାଭ କରିଥିଲେ।ତାଙ୍କ ଗାଇବା ଶୈଳୀ ଥିଲା ଅନନ୍ୟ ।ମଞ୍ଚ ସହିତ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ ଜଣାଥିଲା।ସବୁ ମଞ୍ଚରେ ଲିଟିଲ୍ କର ରହୁଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ।ଦର୍ଶକ ମାନଙ୍କୁ ହସେଇ କନ୍ଦେଇ ନଚେଇ ଭାବପ୍ରବଣ କରାଇବାରେ ଲିଟିଲ୍ ଥିଲେ ଓଡ଼ିଶାର ଆଗଧାଡିର କଳାକାର।ଖାଲି ଗାଇବା ନୁହେଁ,ଅନେକ ଆଲବମରେ ସେ ଅଭିନୟ କରିବା ସହିତ ମେଗା ଧାରାବାହିକ “ମହାଜଞ୍ଜାଳ “ରେ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କ ସହିତ ନିଖୁଣ ଅଭିନୟ କରି ଜଣେ ଅଭିନେତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦନ କରିଥିଲେ ଏବଂ ଦର୍ଶକଙ୍କ ମନ ଜିଣିଥିଲେ।ମଞ୍ଚ ନାଟକ ରେ ତାଙ୍କର ବେଶ ରୁଚି ଥିଲା।ରବିଦ୍ରମଣ୍ଡପ ଏବଂ ଭଞ୍ଜ କଳା ମଣ୍ଡପରେ ଯେ କେହି ତାଙ୍କ ଅଭିନୟ ଦେଖିଥିବ ସେ କେବେ ଲିଟିଲଙ୍କୁ ଭୁଲି ପାରିବ ନାହିଁ।ଅନେକ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସେ ସୁଯୋଗ ପାଇଥିଲେ।ଲିଟିଲଙ୍କ ଲିଟିଲ୍ ଧମାକା ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିପାରେବୋଲି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଳାକାର ଏବଂ ସାଧାରଣ ଜନତାଙ୍କ ମହଲରେ ଚର୍ଚ୍ଚାହୁଏ ।ନିକଟରେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ଏମ୍ସ,ପରେ ସମ ହସ୍ପିଟାଲରେ ସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହଠାତ୍ ସେ ଅସୁସ୍ଥ ହୋଇ ପଡିଲେ ଏବ ନିକଟରେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ଏମ୍ସ,ପରେ ସମ ହସ୍ପିଟାଲରେ ସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହଠାତ୍ ସେ ଅସୁସ୍ଥ ହୋଇ ପଡିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।ଏହି ଖବର ବିଜୁଳି ବେଗରେ ଓଡ଼ିଶାରେ ଖେଳି ଯିବାପରେ ଶହ ଶହ କଣ୍ଠଶିଳ୍ପୀ,ଯନ୍ତ୍ରଶିଳ୍ପୀ,ଅଭିନେତାଅଭିନେତ୍ରୀ,ରାଜନେତା,ସାମ୍ବାଦିକ,ସାମାଜିକ କର୍ମୀ ତାଙ୍କୁ ଶେଷ ଦର୍ଶନ କରିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ।ଶହ ଶହ ଲୋକଙ୍କ ଗହଳି ଭିତରେ ତାଙ୍କୁ ତାଙ୍କର ପୁରୁଣା ଭୁବନେଶ୍ୱର ସ୍ଥିତ ବାସଭବନକୁ ପ୍ରଥମେ ନିଆଯାଇ ତାଙ୍କର ଶେଷ ଦର୍ଶନ ନିମନ୍ତେ କିଛି ସମୟ ସେଠାରେ ରଖା ଯାଇଥିଲା,ପରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ