ବଏଫ୍ରେଣ୍ଡର ଅବଦାନ ଅତୁଳନୀୟ

ଦିପ୍ତିମୟୀ ନାୟକ
ମନର ମଣିଷକୁ ନିଜେ ବାଛିବା କୌଣସି ଖରାପ କଥା ନୁହେଁ | ଅବଶ୍ୟ କେହି କେହି କୁହନ୍ତି ଭଲପାଇବା ଭଲନୁହେଁ | ହେଲେ ଅନେକ ସମୟରେ ଶୁଣିବାକୁ ମିଳେ ବଏଫ୍ରେଣ୍ଡ ନଥିଲେ ଭାରି ହଇରାଣ ହେବାକୁ ପଡିଥାଏ | ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡିଥାଏ | ଆଉ ଅନ୍ୟମାନେ ଯେତେବେଳେ ବିପଦ ସମୟରେ ପାଖରେ ଠିଆ ହୁଅନ୍ତିନି ସେତେବେଳେ ବଏଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ପାଖେ ଠିଆ ହୋଇଥାଏ | ଗାର୍ଲଫ୍ରେଣ୍ଡ ମନ କଥା ବୁଝୁଥାଏ | ତେବେ ଯଦି ଆପଣ ବାହାରେ ରହୁଛନ୍ତି ନିହାତି ଭାବରେ ବଏଫ୍ରେଣ୍ଡଟିଏ ରଖିଥାନ୍ତୁ | କାରଣ ଆପଣ ଆଉ ଘରେ ରହୁନାହାନ୍ତି ଯେ, ଆପଣଙ୍କୁ ଆପଣଙ୍କ ଘର ଲୋକ ସୁରକ୍ଷା ଦେଵେ ବରଂ ଆପଣ ବାହାରକୁ ଆସିଛନ୍ତି ଖଣ୍ଡେ ଚାକିରୀ କରିବାପାଇଁ ତେଣୁ ରାତି ଅନ୍ଧାର କଥା ଏକା ଯିବା ଆସିବାରେ ଅସୁବିଧା ହେବ ବଏଫ୍ରେଣ୍ଡ ଯଦି ରଖିଥିବ ସେ ନେବା ଆଣିବା କରିବ ରାତି ଅନ୍ଧାରର ଭୟ ରହିବନି | ଆରାମରେ ନିଜ ସ୍ୱପ୍ନ ପୂରଣ କରିବା ସହ ସବୁବେଳେ ସୁରକ୍ଷିତ ରହିବ | ସେଥିପାଇଁ ବଏଫ୍ରେଣ୍ଡଟିଏ ରଖିଥାଆନ୍ତୁ ଏକଥା ମୁଁ କୁହେନାହିଁ | ଏକଥା ମୋ ସହଯୋଗୀମାନେ ମୋତେ ଅନେକ ଥର କୁହନ୍ତି କିନ୍ତୁ ଏ ଚଗଲା ମନ କେବେ ଅନ୍ୟ ଉପରେ ନିର୍ଭର କରି ଚଳିବା ଶିଖିନି | ଯେତେଥର ଯାହାବି ଶିଖିଛି ଯାହାବି କରିଛି ନିଜ ହୃଦୟକୁ ପଚାରି କରିଛି ଆଉ ହୃଦୟ ଯେବେ ନା କରିଛି ସେତେବେଳେ ଅନ୍ୟ ଲୋକଙ୍କ ଭଲପାଇବା ଦେଖି ଗୋଟେ ଲମ୍ବା ହସ ଦେଇ ଆଗକୁ ବଢିଛି କିନ୍ତୁ ଅନେକ ଥର ଶୁଣିଛି ବଏଫ୍ରେଣ୍ଡ ରଖିବାର ଫାଇଦା କଣ | ବଏଫ୍ରେଣ୍ଡ ତମ ଜଗୁଆଳି ନୁହେଁ କିନ୍ତୁ ସେ ତମକୁ ଜଗିକି ରୁହେ | ଗାର୍ଲଫ୍ରେଣ୍ଡର ପ୍ରତ୍ୟେକଟି ପସନ୍ଦ ନାପସନ୍ଦକୁ ଜାଣିଥାଏ | ହେଲେ ସେହି ଗାର୍ଲଫ୍ରେଣ୍ଡ କଣ କରେ ଯେଉଁ ବଏଫ୍ରେଣ୍ଡ ତାର ଏତେ ଯତ୍ନ ନିଏ ସେ ଟିକେ ସଫଳତା ପାଇଗଲେ ନୂଆ ବଏଫ୍ରେଣ୍ଡ ସହ ବୁଲାବୁଲି ଆରମ୍ଭ କରିଦିଏ | ମାନୁଛି ସବୁଝିଅ ସମାନ ନୁହଁନ୍ତି କିନ୍ତୁ କିଛି ଝିଅ ନିଜ ସ୍ଵାର୍ଥ ପାଇଁ ମା ଠାରୁ ପୁଅକୁ ଛଡେଇ ଆଣି ନିଜର କରି ରଖିଥାଆନ୍ତି | ଯେଉଁ ବାପା ମାଙ୍କର ଆଶା ଥାଏ ପୁଅ ରୋଜଗାର କଲେ ଆମ ଘର ଚଳିବ ସେହି ଚଳିବା ପଇସା ହିଁ ଏ ପୁଅ ସେହି ଝିଅ ପଛରେ ଉଡେଇଦେଇଥାଏ | ହୁଏତ ଏକଥା କାହାକୁ ପସନ୍ଦ ଆସିପାରେ କିମ୍ବା ନଆସିପାରେ କିନ୍ତୁ ବର୍ତ୍ତମାନ ଦୁନିଆ ଏମିତି ହିଁ ଚାଲିଛି | ନିଜ ସୁବିଧା ଅନୁଯାୟୀ ମନର ମଣିଷ ତ ମିଳୁଛି କିନ୍ତୁ ଏହି ମନର ମଣିଷ କେତେବେଳେ ହତଆଦର ହୋଇ ଘୃଣାର ପାତ୍ର ହେଉଛି ତାହା ରାତି ପାହିଲେ ଅନେକ ଖବର କାଗଜରେ ପଢିବାକୁ ମିଳିବା ସହ ସୋସିଆଲ ମିଡିଆ ଗୁଡିକରେ ମଧ୍ୟ ଘୁରି ବୁଲୁଛି | ଯେଉଁ ବଏଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡ ପାଇଁ ଏତେ ସବୁ କରୁଛି ସେହି ଗାର୍ଲଫ୍ରେଣ୍ଡ ବଏଫ୍ରେଣ୍ଡ ଜୀବନ ନେଉଛି ଆଉ କେତେବେଳେ ବଏଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡର ଜୀବନ ନେଇଯାଉଛି | ତେବେ ଆପଣମାନେ ନିଜେ ଅନୁମାନ କରନ୍ତୁ ବଏଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ରହିବା ନିହାତି ଜରୁରୀ କି | ଯଦି ଜରୁରୀ ନୁହେଁ ତେବେ ଅନ୍ୟମାନେ କାହିଁକି ଏହି ପରାମର୍ଶ ଦେଇଥାନ୍ତି ଆଉ ବଏଫ୍ରେଣ୍ଡର ଅବଦାନ ଅତୁଳନୀୟ ବୋଲି କହିଥାନ୍ତି | ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆମ ସମାଜରେ ଲଭ, ସେକ୍ସ, ଧୋକାର ସାଇଡ ଇଫେକ୍ଟ ରହିଛି | ଆଗରୁ ପ୍ରେମର ପରିଭାଷା ଅଲଗା ରହିଥିଲା କିନ୍ତୁ ଏବେକାର ପ୍ରେମ ବହୁତ ଭିନ୍ନ ହୋଇଛି | ଯେଉଁମାନେ ଏତେ ଗୁରୁଜ୍ଞାନ ଦେଇ କୁହନ୍ତି ଶୁଣ ଜୀବନରେ ବଏଫ୍ରେଣ୍ଡର ଅବଦାନ ଅତୁଳନୀୟ | ଖଣ୍ଡେ ବଏଫ୍ରେଣ୍ଡଟିଏ ରଖ | ତେବେ ସେମାନଙ୍କ ପାଇଁ ପଦେ କାହାର କିଛି ପାଇବାର ଆଶା ନଥିଲେ କେହି କାହାର ହୁଅନ୍ତିନି କି କେହି କାହାକୁ ରାତି ଅନ୍ଧାରରେ ଜଗିକି ବସନ୍ତିନି | ଥରେ ଇଜ୍ଜତ ଗଲେ ଆଉ ଇଜ୍ଜତ ମିଳେନି ହୁଏତ ଏକଥା ଅନେକଙ୍କୁ ଦ୍ବନ୍ଦରେ ପକାଇପାରେ କିନ୍ତୁ ଆପଣ ମାନେ ଜାଣନ୍ତି ଏବେକାର ପ୍ରେମ କିପରି ତେଣୁ ବିଶେଷ କିଛି ଉପସ୍ଥାପନ କରୁନି | କାରଣ ଏହି ପ୍ରେମ ପାଇଁ ମଣିଷ କେବେକେବେ କାନ୍ଦିଛି ଆଉ କେବେକେବେ ଏହି ପ୍ରେମ ପାଇଁ ମଣିଷ ହସିବା ଶିଖିଛି | ଆଉ ବଏଫ୍ରେଣ୍ଡ ଚକରରେ ପଡି ଅନେକଙ୍କ ଜୀବନ ବର୍ବାଦ ମଧ୍ୟ ହୋଇଛି | କେତେବେଳେ ବିଚ ରାସ୍ତାରେ ଝିଅକୁ ପୁଅଟା ପିଟେ ତ ଆଉ କେତେବେଳେ ଝିଅଟା ପୁଅଟାକୁ ପିଟେ | କେତେବେଳେ ଝିଅ ପାଇଁ ପୁଅଟା ରାସ୍ତାର ଭିକାରୀ ହୋଇଯାଏ ତ ଆଉ କେତେବେଳେ ଗୋଟେ ଭଲ ଝିଅକୁ ପାଇ ଘର ସଂସାର କରିବାର ଆଶା ରଖିଥାଏ | ତେଣୁ ଯାହା ଇଚ୍ଛା ହେଉଛି ସେମାନେ ପ୍ରେମ କରନ୍ତୁ କିନ୍ତୁ ଅନ୍ୟମାନଙ୍କୁ ଏ ଅଯଥା ପରାମର୍ଶ ଦେବା ବନ୍ଦ କରନ୍ତୁ | ପ୍ରେମ ବହୁତ ସାଙ୍ଘାତିକ | ପ୍ରେମ ପାଇଁ ଅପରାଧ ବଢ଼େ | ପ୍ରେମ ପାଇଁ ପ୍ରତିଶୋଧର ନିଆଁ ଜଳେ | ପ୍ରେମ ପାଇଁ ହତ୍ୟାକାଣ୍ଡ ମଧ୍ୟ ଘଟେ ଆଉ ଏହି ପ୍ରେମ ପାଇଁ ମଧ୍ୟ ସୋସିଆଲ ମିଡିଆର ଅପବ୍ୟବହାର ମଧ୍ୟ ହୋଇଥାଏ | ତେଣୁ ପ୍ରେମ ଯେମିତି କରନ୍ତୁ ଆପଣଙ୍କ ଇଚ୍ଛାରେ କରନ୍ତୁ କିନ୍ତୁ ଅନ୍ୟମାନେ ଅନ୍ୟ ମାନଙ୍କୁ ପ୍ରେମ କରିବାର ପରାମର୍ଶ ଯେମିତି ନଦିଅନ୍ତୁ | କାରଣ ନୂଆ ନୂଆ ପ୍ରେମ ଭାରି ମିଠା ଲାଗିବ | ରାତିର ସ୍ୱପ୍ନ ହଜେଇ ଦେବ କିନ୍ତୁ ସେ ପ୍ରେମ ଯେତେବେଳେ ପୁରୁଣା ହେବ ସେ ଅନେକ ରାତି ଅନିଦ୍ରା ରହି ନିତିଦିନ କାନ୍ଦିବାର ଅଭ୍ୟାସରେ ପଡ଼ିଯିବ | ମୁଣ୍ଡ ଭାରି ଭାରି ହୋଇ ଏ ଦୁନିଆ ତାକୁ ଅନ୍ଧାର ଲାଗିବ ଆଉ ଶେଷରେ ସେ କହିବ ଏ ମଣିଷ ଜୀବନ କାହିଁକି ରହିବ | ତେବେ କାହାର ଆବଶ୍ୟକତା ପାଇଁ ଅନ୍ୟକୁ ବଳୀ ପକେଇବା ଠିକ ନୁହେଁ | ଯେଉଁମାନେ ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି ସେମାନେ ନିଜ ଜୀବନରେ କେବେ ଉନ୍ନତି କରିପାରନ୍ତିନି | ଯଦି ରାତି ଅନ୍ଧାରର ଭୟ ରହୁଛି ତେବେ ଚାକିରୀ କରିବା ଛାଡି ଦିଅନ୍ତୁ କିନ୍ତୁ ଅନ୍ୟକୁ ମିଛ ପ୍ରତିଶୃତି ଦିଅନ୍ତୁନି | ବର୍ତ୍ତମାନ ଦୁନିଆରେ ପ୍ରକୃତ ପ୍ରେମ ମିଳିବା ବହୁତ କଷ୍ଟ | ଯଦି କିଏ ଦେହ ବଦଳରେ ମନ ଚାହୁଁଛି, ଟଙ୍କା ବଦଳରେ ତମକୁ ଚାହୁଁଛି ତେବେ ଜାଣିଯାଅ ଏ ହେଉଛି ଦୁନିଆର ଶ୍ରେଷ୍ଠ ପ୍ରେମ କିନ୍ତୁ ଆଜିକାଲି ସେମିତି ହେଉନି ମନ ବଦଳରେ ଦେହ, ମଣିଷ ବଦଳରେ ଟଙ୍କା, ଇଚ୍ଛା ନ ପୂରଣ ହେଲେ ହତ୍ୟା | ତେବେ ଆପଣ ଭାବନ୍ତୁ ଆପଣ ଅନ୍ୟ କଥା ଶୁଣିବେ ନା ନିଜ ମନର କଥାକୁ ମାନିବେ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ