ଗଣେଶ ଭସାଣିରେ ଦୁଲୁକିଲା ଅନ୍ଧାରୁଆ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମଗ୍ର ଦେଶରେ ଗଣେଶ ଭସାଣି ବେଶ ଧୂମଧାମରେ ସରିଯାଇଥିବାବେଳେ ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆ ଗ୍ରାମପଞ୍ଚାୟତ ଗଜଲକ୍ଷ୍ମୀ ଯୁବକ ସଙ୍ଘ (ପ୍ରଧାନ ସାହି)ର ଗଣେଶ ଭସାଣି ବେଶ ଧୂମଧାମରେ ସରିଛି | ବାଜା ବାଣରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ଗାଁ | ଭଳିକି ଭଳି ଆଲୋକ ସଜ୍ଜା ସାଙ୍ଗକୁ ଜନଗହଳି ପରିଲକ୍ଷିତ ହୋଇଥିଲା | ଭସାଣି ମେଢ଼କୁ ବିରାଟ ପଟୁଆର ଓ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ | ଆୟୋଜନ ପ୍ରସନ୍ନଜିତ ମହାରଣା, ପ୍ରଦୀପ ପ୍ରଧାନ, ରାଜେଶ ପ୍ରଧାନ, ଲିଟୁନା ପ୍ରଧାନ, ଆଲୋକ ମହାପାତ୍ର, ସତ୍ୟଜିତ ମହାରଣା ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ବିଗ୍ରହଙ୍କର ମୂର୍ତ୍ତି ବିସର୍ଜନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ