ସଢା ହାଇସ୍କୁଲରେ ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାପୀଠ ସଢାରେ ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ଓଡିଶା ର କାଉନସିଲର ତଥା ବିଦ୍ୟାଳୟର ଗଣିତ ଶିକ୍ଷକ ନବଘନ ନାୟକ ପ୍ରାଥମିକ ଉପଚାର ବିଷୟରେ ତାଲିମ୍ ଦେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଆହତ ବ୍ୟକ୍ତିର ଜୀବନ ରକ୍ଷା କରିବା, ଅଧିକ କ୍ଷତି ହେବାକୁ ନ ଦେବା, ଆରାମଦାୟକ ଅବସ୍ଥାକୁ ଆଣିବା, ଯଥାଶୀଘ୍ର ମେଡିକାଲ ନେବା ସମ୍ପର୍କରେ ଆଲୋକପାତ କରିଥିଲେ। ଗୋଲ୍ଡେନ ରୁଲ୍,ଗୋଲ୍ଡେନ ଆୱାର,ଗୁଡ ସମରିଟାନ ଲ, ଦୁର୍ଘଟଣା ପରିଚାଳନା, ବଜ୍ରପାତ ରୁ ରକ୍ଷା ପାଇବା, ସାପ କାମୁଡା, କୁକୁର କାମୁଡ଼ା,ହାଡ଼ ଭାଙ୍ଗିବା,ଶରୀରରୁ ରକ୍ତ ବାହାରିବା,ଆହତ ବ୍ୟକ୍ତିଙ୍କୁ ନେବା ଆଣିବା ଇତ୍ୟାଦିର କୌଶଳ ଶିଖାଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵାତୀ ସୁଚରିତା ବେହେରା,ସୁଷମା ମିଶ୍ର,ନିବେଦିତା ଚନ୍ଦ୍ରକଳା ଦେବୀ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ