ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶ ତମ ପ୍ରତିଷ୍ଠା ଦିବସ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଳା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ହାଟଡିହି ବିଇଓ ଓଁକାର ଅନ୍ଵେଷ , ସି.ଆର.ସି.ସି ସୁମନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ ହେବା ସହ ସମାଜ ସେବାରେ ବ୍ରତୀ ହେବାପାଇଁ ଉଦବୋଧନ ଦେଇଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଳା ରାଉତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳକୁ କିପରି ଜିଲ୍ଲା ତଥା ରାଜ୍ୟରେ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ପରିଚିତ କରାଇବା ସେ ନେଇ ସମସ୍ତଙ୍କ ଉଦ୍ୟମ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ l ରମେଶ ଚ଼ନ୍ଦ୍ର ପରିଡା , ଅନନ୍ତ ନାରାୟଣ ପରିଡା , ଲିପିକା ଚାନ୍ଦ , ଅଙ୍କିତା ରାଉତ ,ଅଙ୍କିତା ସ୍ୱାଇଁ , ଲୁନାଲୀସା ସାମନ୍ତ ରାୟ , ଭରତ ଦଳେଇ , ବିନାୟକ ଧଳ , ରାକେଶ ମହାନ୍ତି , ହରେକୃଷ୍ଣ ଜେନା , ଜୟନ୍ତୀ ପାତ୍ର , ବିଶ୍ଵ ରଞ୍ଜନ ମହାନ୍ତି , ପ୍ରଫୁଲ କୁମାର ଦାସ , ଶାନ୍ତନୁ କୁମାର ଜେନା , ବିଶ୍ଵଜିତ ସାହୁ , ନଳିନୀପ୍ରଭାବେଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ