ବାରଣାସୀ ହାଇସ୍କୁଲ କ୍ୟାବିନେଟ ଶପଥ ଗ୍ରହଣ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଠାରେ ରହିଥିବା ବାରଣାସୀ ହାଇସ୍କୁଲରେ ଆଜି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଛାତ୍ର କେବିନେଟ ନିର୍ବାଚନ ହୋଇଥିଲା | ଏହି ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କ ଶପଥ ପାଠ ଉତ୍ସବର ଆୟୋଜନ ହୋଇଥିଲା, ଏନେଇ ଆୟୋଜିତ ଏକ ସଭାରେ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ସଭାପତିତ୍ୱ କରିଥିଲେ | ମୁଖ୍ୟ ଅତିଥିଭାବେ ଏନଏସି ଉପାଧ୍ୟକ୍ଷ ରଘୁରାମ ସାହୁ, ସମ୍ମାନିତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକାନ୍ଦ ଗମାଙ୍ଗ, ଥାନା ସବ ଇନ୍ସପେକ୍ଟର ଶ୍ରୀ ଜଗଦଲ, ଶ୍ରୀମତୀ ଶୈଳଜା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନର୍ମଦା ଦାସ, ଓ ସ୍କୁଲ ପରିଚାଳନା କମିଟିର ସଭାପତି ଶୁଭ୍ରାଂଶୁ ମୋହନ ପଣ୍ଡା ଯୋଗ ଦେଇଥିଲେ | ବିଦ୍ୟାଳୟ କ୍ୟାବିନେଟର ଶିକ୍ଷମନ୍ତ୍ରୀ, ପରିବେଶ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଶପଥ ପାଠ କରାଯାଇଛି | ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ସହ ନେତୃତ୍ୱ ସୃଷ୍ଟି କରିବା ଲକ୍ଷ ରେ ଏହି କ୍ୟାବିନେଟ ଗଠନ କରାଯାଇଛି ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ସାହୁ ନୂଆ କେବିନେଟ ଦାଇତ୍ୱ ନେବା ଅବସର ରେ ସ୍କୁଲ ପଡିଆର ସଫା ସୁତୁରା ସହ ମେଟ୍ରିକ ରିଜେଲ୍ଟ ଯେପରି ଭଲ ହେବ ସେ ଦାଇତ୍ୱ ପିଲାମାନେ ନେବାକୁ ନିବେଦନ କରିଥିଲେ | ଶିକ୍ଷା ଅଧିକାରୀ ଗମାଙ୍ଗ ହଷ୍ଟେଲ ପାଇଁ ଏନଏସି କତୃପକ୍ଷ ଏକ ଡ୍ରେନର ବ୍ୟବସ୍ଥା କରିବା ସହ ବ୍ଲକ ପଟରୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ରାସ୍ତା ନିର୍ମାଣ ହେଲେ ହାଇସ୍କୁଲ ପାଇଁ ଉତ୍ତମ ବାତାବରଣ ସୃଷ୍ଟି ହେବ ବୋଲି କହିଥିଲେ | ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ମଧୁ କୁମାର, ବରିଷ୍ଠ ଶିକ୍ଷକ କୁର୍ମାନଥମ, ସହାୟକ ଶିକ୍ଷକ ମଧୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ