ବଛାଳୋ ଦେବୀନଦୀ ପଠାରୁ ଗଳିତ ଶବ ଉଦ୍ଧାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ଦେବୀନଦୀ ପଠାରେ ଏକ ଗଳିତ ଶବକୁ ପୋଲିସ ରବିବାର ଉଦ୍ଧାର କରିଛି । ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଶବଟି ଉକ୍ତ ପାଣି ସ୍ରୋତରେ ଭାସି ଆସି କୂଳରେ ଲାଗିଥିଲା । ସ୍ଥାନୀୟ ଲୋକ ଶବଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଶବଟିକୁ ଉଦ୍ଧାର କରିଥିଲା । ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା । ଉକ୍ତ ଶବକୁ ଚିହ୍ନଟ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କାରଯାଇଛି । ଏସଆଇ ନିଳମଣୀ ନାୟକଙ୍କ ସୂଚନା ମୁତାବକ ମିଳିଥିବା ମୃତବ୍ୟକ୍ତିର ନାମ ଫକୀର ଚରଣ ନାୟକ ଆନୁମାନିକ ବୟସ ୬୦ରୁ ଉର୍ଦ୍ଧ୍ୱ ହେବ । ମୃତ ବ୍ୟକ୍ତି ଜଣକ କଟକର ଝାଞ୍ଜିରୀମଙ୍ଗଳା ଅଂଚଳର ବୋଲି ଜଣାପଡିଛି । ଶନିବାର ସେ କଟକ କାଠଯୋଡିରେ ଗାଧୋଉଥିବା ସମୟରେ ତା’ର ଗୋଡ ଖସି ଯିବାରୁ ନଦୀ ପାଣିରେ ପଡି ଭାସିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ