କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏବେ ପ୍ରଚାରକୁ ନେଇ ସମଗ୍ର ଜିଲ୍ଲାରେ ନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି। ଆସନ୍ତା ୨୮ରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ଏବେ ଘରଘର ବୁଲି ଟ୍ରକ୍ ମାଲିକଙ୍କୁ ଭେଟି ନିଜ ସପକ୍ଷକୁ ଆଣିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଗାଁଠାରୁ ଆରମ୍ଭ କରି ସହର ଚାରିଆଡ଼େ ପ୍ରାର୍ଥୀଙ୍କ ମାଳମାଳ ହୋଡିଂ ଲାଗିଥିବାରୁ ଏହା ସାଧାରଣ ନିର୍ବାଚନର ଭ୍ରମ ସୃଷ୍ଟି କରୁଛି। ସଭାପତି ପଦବୀ ପାଇଁ ୩ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସମ୍ପାଦକ ପଦବି ପାଇଁ ପୂର୍ବଥରର ସମ୍ପାଦକ ସୂର୍ଯ୍ୟନାରାୟଣ କର ଓ ପ୍ରଦୀପ ବାରିକ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି | ସମ୍ପାଦକ ପ୍ରାର୍ଥି ସୂର୍ଯ୍ୟ ନାରାୟଣ କର ହାଟଡିହି ଜୋନର ମାଲିକ ମାଲିକ ମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ଯିଏ ନିଜ ସ୍ୱାର୍ଥ ଛାତି ଟ୍ରକ ମାଲିକ ମାନଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବ ସେହିଭଳି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବୁ ବୋଲି ଟ୍ରକ ମାଲିକ ମାନେ ମତ ଦେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ