କାର ବାଇକ ଧକ୍କା ଦୁଇ ଗୁରୁତର , ଉତେଜନା

ହାଟଡିହି, (ବିକାଶ ବିଶ୍ୱାଳ):ଛେନାପଦି ହଦଗଡ଼ ରାସ୍ତାର ଦୁଆରଶୁଣି ନିକଟରେ କାର ଓ ବାରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାରୁ ଜଣା ଯାଇଛି କି ଆଜି ସନ୍ଧ୍ୟା ସମୟରେ ଠୁଣିଗାଁ ଗ୍ରାମର ଶ୍ରୀକାନ୍ତ ସାହୁ ଓ ଆର୍ତ୍ତ ନାଇକ ଛେନାପଦି ଛକରୁ ବାଇକ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ମଠଡାହିର ଦୁଆରଶୁଣି ନିକଟରେ ବିଦ୍ୟାଧରପୁର ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର ଧକ୍କା ଦେଇ ପଳାଇ ଆସିଥିଲା । ଏଥିରେ ବାଇକ ଆରୋହୀ ଦୁଇ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଆହତ ଦ୍ବୟଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହାୟତାରେ ଆନନ୍ଦପୁର ଡାକ୍ତରଖାନା କୁ ପଠାଇଥିଲେ । ଦୁର୍ଘଟଣା ଘଟାଇ କାରଟି ଦ୍ରୁତ ଗତିରେ ପଳାଇ ଆସୁଥିବା ବେଳେ ଛେନାପଦି ଛକ ନିକଟରେ ଲୋକମାନେ ଅଟକାଇ ପୁଲିସକୁ ଡାକି ହସ୍ତାନ୍ତର କରିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ