୬ ବର୍ଷୀୟା ଶିଶୁକନ୍ୟାକୁ ୫୨ ବର୍ଷୀୟ ବ୍ୟକ୍ତିଙ୍କ ଦୁଷ୍କର୍ମ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟିଛି. ଜଣେ ୬ ବର୍ଷର ଶିଶୁ କନ୍ୟାକୁ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି । ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ପାରଳାଖେମୁଣ୍ଡି ସହରରେ ଗତ 15 ତାରିଖ ରବିବାର ସନ୍ଧ୍ୟାରେ ଗଣେଶ ମେଢ ଭସାଣି ଚାଲିଥିବା ସମୟରେ ହଠାତ୍ ଏକ ଶିଶୁ କନ୍ୟାକୁ ତାଙ୍କ ଘର ଲୋକେ ଖୋଜି ପାଇ ନଥିଲେ। ବହୁ ଖୋଜାଖୋଜି ପରେ ସାହିରେ ଥିବା ଏକ ଟାଟା ମ୍ୟାଜିକ ଗାଡ଼ିରେ ଅସଞ୍ଜତ ଅବସ୍ଥାରେ ଥିବା ଶିଶୁକନ୍ୟା ଓ ବି.ଶେଖର (୫୨)ଙ୍କୁ ଦେଖିବାକୁ ପାଇଥିଲେ । ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଶେଖରଙ୍କୁ ପୁଲିସର ଜିମା ଦେଇଥିଲେ.ଏନେଇ ଶିଶୁକନ୍ୟାର ପରିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନଂ ୨୮୨/୨୪ରେ ଏକ ମାମଲା ରୁଜୁ କରାଯାଇ ଡାକ୍ତରୀ ମାଇନା ପରେ ଶେଖର ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ୧୩୭(୨), ୬୫(୫୨) ଏବଂ ପକ୍‌କ୍ସୋ ଆକ୍ଟ ୪ରେ ଗିରଫ କରାଯାଇଛି। ଏସ୍‌ଆଇ କୌତୁକ ସେଠୀ ଓ ତପନ ପାଢ଼ୀ ତଦନ୍ତ ଭାର ଗ୍ରହଣ କରିଛନ୍ତି । ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ବେଳେ ଶେଖର ଆନ୍ଧ୍ରର ପଲାସା ଅଞ୍ଚଳର ବୋଲି ଜଣାପଡ଼ିଛି .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ