ସୁଭଦ୍ରା ଯୋଜନାରେ ଅବ୍ୟବସ୍ଥା ଆସିଲେନି ଅଧିକାଂଶ ଜନପ୍ରତିନିଧି ଓ ମହିଳା

କୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):ରାଜ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି ସୁଭଦ୍ରା ଯୋଜନା ।ସେହି ପରିପ୍ରେକ୍ଷୀରେ କୁକୁଡାଖଣ୍ଡି ବ୍ଲକରେ ଏହି ଯୋଜନା ଏଲିଡି ସ୍କ୍ରିନ୍ ଭିଡିଓ ମାଧ୍ୟମ ରେ ହୋଇଛି ଶୁଭାରମ୍ଭ । କୁକୁଡାଖଣ୍ଡି ବ୍ଲକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପଲ୍ଲବୀ ସ୍ବାଇଁ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ୟାପକ ଅବ୍ୟବସ୍ଥା ବ୍ଲକ କର୍ମଚାରୀଙ୍କ ତରଫରୁ ଦେଖିବାକୁ ମିଳିଛି ।ଅଙ୍ଗନବାଡି କର୍ମୀ, ସିଆରପି , ଏମବିକେ ଙ୍କ ମଧ୍ୟରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କୁ ସୀମିତ ରଖିଲା କୁକୁଡାଖଣ୍ଡି ବ୍ଲକ ପ୍ରଶାସନ। ବ୍ଲକ ର ବାଇଶି ଟି ସରପଞ୍ଚ ମାନଙ୍କ ମଧ୍ୟରୁ କେତୋଟି ସରପଞ୍ଚ ଉପସ୍ଥିତ ଥିଲେ । ସମିତିସଭ୍ୟ , ଜିଲ୍ଲାପରିଷଦ ସଭ୍ୟ ମାନେ ଆସିନଥିବା ଜଣାପଡିଛି। ବ୍ଲକ ପ୍ରଶାସନ ଙ୍କ ଅବହେଳା ଯୋଗୁଁ ଜନସାଧାରଣ ଙ୍କୁ ମଧ୍ୟ କିଛି ସୂଚନା ମିଳିନଥିବା ଜଣାପଡିଛ ।ଖାଦ୍ୟ ବଣ୍ଟନ ସ୍ଥଳରେ ଘୋର ଅବ୍ୟବସ୍ଥା ଯଦ୍ୱାରା ବହୁ ମହିଳା ଖାଲି ପ୍ଲେଟ ଧରି ବୁଲିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ କୁକୁଡାଖଣ୍ଡି ବ୍ଲକର ସୁଭଦ୍ରା ମାନେ ଯୋଜନାରେ ନାମ ପଞ୍ଜିକରଣ ବେଳେ ଯେତେ ହଇରାଣ ହୋଇନଥିଲେ ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମର ସମୟରେ ପହଂଚି ତାଠାରୁ ଅଧିକ ଦହଗଞ୍ଜ ହେବା ଦେଖାଦେଇଥିଲା! ମହିଳାଙ୍କ ସମ୍ମାନର ଡିଣ୍ଡିମ ପିଟୁଥିବା ରାଜ୍ୟସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି କାର୍ଯ୍ୟକ୍ରମ ରେ କୋୖଣସି ସାଧାରଣ ମ‌ହିଳା ମାନଙ୍କ ଙ୍କ ଉପସ୍ଥିତ ଦେଖିବାକୁ ମିଳିନଥିଲା। କୌଣସି ମହିଳା ମାନଙ୍କୁ ଏଥିରେ ସାମିଲ ମଧ୍ୟ କରାଯାଇନଥିଲା। ବେପରୁଆ ଭାବେ ବ୍ଲକ ଓ ଶିଶୁ ବିକାଶ ବିଭାଗ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ରେ ବ୍ଲକ୍ ଭାର ପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ପ୍ରିୟା ପାତ୍ର,ବିଜେପି କୃଷକ ମୋର୍ଚା ସଭାପତି ମହନ୍ତ ଚିନ୍ମୟନନ୍ଦ ମହାରାଜ ମଣ୍ଡଳ ସଭାପତି ଅଦାଲ ନନ୍ଦ କିଶୋର ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ